Home ଆଞ୍ଚଳିକ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ଅଧାପନ୍ତରିଆ

ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ଅଧାପନ୍ତରିଆ

24

ଜଟଣୀ,୨୭/୯(ଜିଲ୍ଲା ଖବର) : ଜଟଣୀରୁ ରାଜଧାନୀ ଭୁବନେଶ୍ବର ଭାୟା ତଳଖେତାଛକ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ଅଧପନ୍ତରିଆ ହୋଇ ପଡ଼ିରହିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଆଇଆଇଟି, ନାଇଜର, ଫାଟୁଆ ଗବେଷଣା କେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର, ରାଜ୍ୟ ଭିନ୍ନକ୍ଷମ ଆଇଟିଆଇ, ଭାରତୀୟ ତୈଳ ନିଗମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଗ୍ୟାସ ଡ଼ିପୋ, ସେଞ୍ଚୁରିଆନ ଘରୋଇ ବିଶ୍ବବିଦ୍ୟାଳୟକୁ ଦୈନିକ ଶହ ଶହ ଗାଡ଼ି ମୋଟର ଚଳାଚଳ କରୁଛି । ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜଟଣୀ ତଳଖେତାଛକ ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ ପାଇଁ ରାଜ୍ୟ ସରକାର ୩ କୋଟି ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ଅଧପନ୍ତରିଆ ହୋଇ ପଡ଼ିରହିଛି । ହରିଭାଇନଛକଠାରୁ ତଳଖେତାଛକ ପର୍ଯ୍ୟନ୍ତ ରାସ୍ତା ବଙ୍କାଟଙ୍କା ହୋଇ ରହିଛି। ସଲଖ କରାଯାଇନାହିଁ । ଚୁକ୍ତି ଅନୁସାରେ ୫୦ ଫୁଟ ଓସାରର ରାସ୍ତା ନିର୍ମାଣ କରାଯାଇନାହିଁ । ଜଟଣୀ ହାଇସ୍କୁଲ ଓ କଲେଜ ମଧ୍ୟରେ ରାସ୍ତାର ଗୋଟିଏ ପାର୍ଶ୍ଵରେ ପୋଲ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ପାର୍ଶ୍ବରେ ପୋଲ ନିର୍ମାଣ କରାଯାଇନାହିଁ । ଷଣ୍ଡପୁର ଠାରୁ ତଳଖେତାଛକ ପର୍ଯ୍ୟନ୍ତ କେବଳ ଗୋଟିଏ ପାର୍ଶ୍ଵରେ ପିଚୁ ପଡ଼ିଛି ।

ରିପୋର୍ଟ ସଞ୍ଜୀବ କୁମାର ।