Wednesday, August 5, 2026
Home ଆଞ୍ଚଳିକ ଗ୍ୟାସ୍ ସିଲିଣ୍ଡର ଫାଟି ଦୁଇ ପରିବାରର ୮ ଗୁରୁତର

ଗ୍ୟାସ୍ ସିଲିଣ୍ଡର ଫାଟି ଦୁଇ ପରିବାରର ୮ ଗୁରୁତର

33

ଖୋର୍ଦ୍ଧା,୨୬/୯(ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବୋତଳମା ଗ୍ରାମରେ ଶନିବାର ରାତି ପ୍ରାୟ ୧୦ରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ଟି ପରିବାରର ଜଣେ ୫ ବର୍ଷର ଶିଶୁ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଅଜୟ ରାଉତରାୟ (୫୨), ତାଙ୍କ ରାଉତରାୟ(୫୨), ପୁଅ
ରାଜା(୧୫), ଝିଅ ପୂଜା(୧୮) ଏବଂ ପପୁ ପୋଟଲା(୨୯), ତାଙ୍କ ସ୍ତ୍ରୀ ଲିଲିମା (୨୬) ଏବଂ ଝିଅ ପ୍ରତିଶା(୫) ବର୍ଷିୟ ବୋଲି ସୂଚନା ମିଳିଛି l ସୂଚନା ଅନୁସାରେ ଆହତମାନେ
ହେଲେ ଗୋଟିଏ ପରିବାରର । ଗତ ଶନିବାର ରାତି ୧୦ଟା ସମୟରେ ସମସ୍ତେ ଖାଇବାକୁ ବସିଥିଲେ ଏବଂ ଗ୍ୟାସ୍ ରେ ତରକାରୀ ଗରମ କରୁଥିବା ବେଳେ ହଠାତ୍ ସିଲିଣ୍ଡର ଫାଟି ଯାଇଥିଲା । ଫଳରେ ଛାତ ଫାଟି ଯାଇ ଉପରକୁ ନିଆଁ ଉଠିଥିଲା । ନିଆଁ ଧାସ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ଗ୍ୟାସ ସିଲିଣ୍ଡର ଫାଟି ୩ ବଖରା ଘର ଜଳିପୋଡ଼ି ଯାଇଥିବା ବେଳେ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ପରିବାର ଲୋକ ମାନେ ନିଜେ ନିଜର ଜୀବନ ବଞ୍ଚାଇ ବାହାରକୁ ଚାଲି ଆସିଥିଲେ। ଖବରପାଇ ସ୍ଥାନୀୟ ଅଗ୍ନିଶମ ବଭାଗର କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସ୍ଥାନୀୟ ଲୋକଙ୍କ ଲୋକେ ସହାୟତାରେ ଆହତ ମାନଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏବଂ ଯାହା ସୂଚନା ମିଳୁଛି ସମସ୍ତଙ୍କ ଶରୀରର ଅଧେକ ଅଂଶ ପୋଡ଼ି ଯାଇଛି ।

ରିପୋର୍ଟ ସଞ୍ଜୀବ କୁମାର ।