
ଜଟଣୀ,୨୬/୯(ଜିଲ୍ଲା ଖବର) : କୋଭିତ-୧୯ ମହାମାରୀ ପରିସ୍ଥିତିରେ ସୀମିତ ଯାତ୍ରୀବାହୀ ଟ୍ରେନ୍ ସେବା ରହିଥିବା ବେଳେ ସାମଗ୍ରୀ ଟ୍ରେନ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନର ଶୃଙ୍ଖଳା। ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଦ୍ବାରା ଜାରି ରହିଛି । ଗତ କାଲି ଏହି ମଣ୍ଡଳରେ ୧୦୩ ଗୁଡ଼ ରେ ଅର୍ଥାତ ୫୬୮୨ ଦ୍ବାଗନ ମାଲ କୋଇଲା, ଲୁହାପଥର, ସାର, ଷ୍ଟିଲ, ସ୍କାଗ ଚୁନ ପଥର, ଇତ୍ୟାଦି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଛି । ସେପ୍ଟେମ୍ବର ୨୦୨୦ରେ ମଣ୍ଡଳ ଦ୍ବାରା କରାଯାଇଥିବା ସର୍ବୋତମ ଲୋଡ଼ି ମଧ୍ୟରୁ ଏହା ଅନ୍ୟତମ। ୧୦୩ଟି ଗୁଡ଼ୟ ରେ ମଧରୁ ୪୪ରେକ ତାଳଚେର, ୨୧ଟି ରେ ପାରାଦ୍ବୀପରୁ ଏବଂ ୩୮ଟି ରେ ଧାମରା, ସୁକିନ୍ଦା ପ୍ରଜନପୁର, ମେରାମଣ୍ଡଳୀ ଟାଟା (ଟିଏସଏଲଜି) ଏବଂ ମଣ୍ଡଳର ଅନ୍ୟ ଲୋଡ଼ି ପଏରୁ ଲୋଡ୍ ହୋଇଛି । ଏହି ମଣ୍ଡଳ ଦ୍ବାରା ଏକ ପ୍ରକାର ମାଲ ପରିବହନ ଦେଶର ବିଭିନ୍ନ ପାର ହାଉସ, ଉତ୍ପାଦନକାରୀ କମ୍ପାନୀ ଉତ୍ପାଦନ ୟୁନିଟ୍ ଏବଂ ଶିଳ୍ପଗୁଡ଼ିକ ଆବଶ୍ୟକତା ନିଶ୍ଚିତ ଭାବରେ ପୂରଣ କରିବ ।
ରିପୋର୍ଟ ସଞ୍ଜୀବ କୁମାର ।


