
ଜଟଣୀ,୨୭/୯(ଜିଲ୍ଲା ଖବର) : ଫିଟ୍ ଇଣ୍ଡିଆ ଫ୍ରିଡ଼ମ ରନ୍ କାର୍ଯ୍ୟକ୍ରମ ଅନୁସାରେ ଶନିବାର ଜଟଣା ସ୍ଥିତ ଆଇଆଇଟି ପରିସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜକୁମାର ସବୁଜ – ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ । ପ୍ରତେକ ନାଗରିକଙ୍କ ପାଇଁ ମାନସିକ ଓ ସୁସ୍ତତା ଏକାନ୍ତ ଆବଶ୍ୟକ ବୋଲି ଆଇଆଇଟିର
ନିର୍ଦ୍ଦେଶକ ମତ ବ୍ୟକ୍ତ କରିଥିଲେ। ଏହି ମାରାଥନରେ ୧୦୦ ଜଣ ଛାତ୍ର ଛାତ୍ରୀ ଓ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଆଇଆଇଟିର ରେଜିଷ୍ଟ୍ରାର ସୁବୋଧ କୁମାର, ଡ଼. ଶ୍ରୀକାନ୍ତ ଗୋଲପୁଡ଼ି, ଡ଼.ବଙ୍କିମ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ଼ ୧୯ ନିୟମ ଅନୁସାରେ ମିନି ମାରାଥନ ଆୟୋଜନ କରାଯାଇଥିଲା ।
ରିପୋର୍ଟ ସଞ୍ଜୀବ କୁମାର ।



