
ବିଷମକଟକ,୨୬/୯(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ପୋଲିସ୍ କୁ ପୁଣି ମିଳିଲା ବଡ଼ ସଫଳତା I ପିଡ଼ିଏସ ପାସ୍ ଲାଗିଥିବ ଏହି ମିନି ଟ୍ରକ ରେ ବେଆଇନ୍ ଭାବେ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ବେଳେ ଏହାକୁ ଜବତ କରିବାରେ ସଫଳ ହୋଇଛି ବିଷମକଟକ ପୋଲିସ୍ I ଘଟଣାରେ ୩ ଜଣଙ୍କୁ ଗିରଫ କରିଛି, ରାତି ପୋଲିସ୍ ଚେକିଙ୍ଗ୍ କରିବା ସମୟରେ ଗୋଟିଏ ମିନିଟ୍ରକ୍ ଗାଡିରେ ବେଆଇନ୍ ଭାବେ ଜେକେପୁର କୁ ଚୋରା ଚାଲାଣ ହେଉଥିବା ଉକ୍ତ ଗାଡିକୁ ଜବତ କରି ୧୪୦ ବସ୍ତା ଭାଙ୍ଗକୁ ଜବତ କରିଛି, । ଯାହାର ମୁଲ୍ୟ ୮ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି I ଏହି ଘଟଣାରେ ପୋଲିସ୍ ଏସ୍. ଭେଙ୍କେଟ୍ ରାଓ, ଏମ୍ .ପ୍ରଷାଦ ଓ ବିନୟ କୁମାର୍ ଅଗ୍ରୱାଲ୍ କୁ ଗିରଫ କରିଥିବା ବେଳେ ଜବତ ହେଇଥିବା ଭାଙ୍ଗ ର କାଗଜ ପତ୍ର ନଥିବାରୁ ଦ୍ରବ୍ୟ ଓ ଆୟକର ମଣ୍ଡଳୀ ଅଧିକାରୀ ଙ୍କୁ ପୋଲିସ ଖବର ଦେଇଥିଲେ । ଖବର ପାଇବା ପରେ ଉକ୍ତ ଅଧିକାରୀ ବିଷମ କଟକ ଥାନା ରେ ପହଞ୍ଚି ୪ଲକ୍ଷ ୮୮ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି . ଗତ ଜୁଲାଇ ୨୧ ତାରିଖରେ ମଧ୍ୟ ବିଷମକଟକ ପୋଲିସ ୮୦ ବସ୍ତା ଭାଙ୍ଗ ସହ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା.
ରିପୋର୍ଟ ପ୍ରସନ୍ନ ପଣ୍ଡା ।


