
ଆସିକା, (ଖିରୋଦ ଚନ୍ଦ୍ର ବେହେରା) : ଆସିକା କୋର୍ଟ ଠାରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ତାଲୁକ ଆଇନ ପ୍ରାଧିକରଣ ଅଧ୍ୟକ୍ଷ ତଥା ଅତିରିକ୍ତ ଦୈାରା ଜଜ ସୁଶ୍ରୀ ରାଜଲକ୍ଷ୍ମି ପଟ୍ଟାନାୟକଙ୍କ ଅଧ୍ୟକ୍ଷତାରେ ଏହି ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଥିଲା । ମୋଟର ଦୁର୍ଘଟଣା କ୍ଷତିପୂରଣ ଅଦାଲତ ଠାରେ ୧୩ଟି କେସ ଫଇସଲା ହୋଇ ହିତାଧିକାରୀଙ୍କୁ ୩୨ ଲକ୍ଷ ୯୦ ହଜାର ଟଙ୍କା କ୍ଷତିପୂରଣ ଟଙ୍କା ବିମା ଓ ବିଭିନ୍ନ ବିମା କମ୍ପାନୀ ପ୍ରଦାନ କରିବା ପାଇଁ କୋର୍ଟ ଆଦେଶ କରିଥିଲେ । ସେହିଭଳି ମୁନିସିଫ କୋର୍ଟ ଠାରେ ୨ଟି ସିଭିଲ କେସ ଫଇସଲା ହୋଇ ୧ଲକ୍ଷ ୧୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା ।


ଗୋଟିଏ କ୍ରିମିନାଲ କେସ ଫଇସଲା ହୋଇଥିଲା । ଏହି ଅଦାଲତରେ ସବଜଜ ଋଷିକେଶ ଆଚାର୍ଯ୍ୟ, ମୁନସିଫ ଚିନ୍ମୟୀ ଜେନା, ଜେଏମଏଫସି ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ଜେଏମଏଫସି ଦ୍ୱିତୀୟ କ୍ଲାସ ଜଜ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ତାଲୁକ ଆଇନ ପ୍ରାଧିକାରଣ ସଭ୍ୟ ବରିଷ୍ଠ ଆଇନଜୀବୀ ଇ.ଅନନ୍ତ ଶୟନମ୍ , ବିଶିଷ୍ଠ ମହିଳା ଆଇନଜୀବୀ ଶ୍ରୀମତି ସୁନିତା ପାଣିଗ୍ରାହି, ଅନ୍ୟତମ ସଭ୍ୟା ତଥା ଆସିକା ପୁର୍ବତନ ଏନଏସି ଉପାଧ୍ୟକ୍ଷା ଏନ.ରେଣୁବାଳା ରେଡି, ଓକିଲ ସଂଘର ସଭାପତି ସରୋଜ କୁମାର ତ୍ରିପାଠି,ସମ୍ପାଦକ ଛବିଳରାମ ମିଶ୍ର, ଯୁଗ୍ମ ସମ୍ପାଦକ ଦ୍ୱାରିକା ନାଥ ପରିଡା ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।



