ଭଞ୍ଜନଗର,୨୬/୯ (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ବଦାଙ୍ଗି ଗାଁ ନିକଟ ଜଙ୍ଗଲରୁ ଏକ ଗଛ ରେ ଝୁଲନ୍ତା ଅବସ୍ଥା ରେ ଯୁବକ ର ମୃତଦେହ ଉଦ୍ଧାର ହୋଇଛି।ମୃତକଙ୍କ ପରିଚୟ ମିଳିପାରିନାହିଁ।ଗ୍ରାମର କିଛି ଲୋକେ ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲ କୁ ଯାଇଥିବା ବେଳେ ଯୁବକ ଜଣକ ଦଉଡି ରେ ଝୁଲୁ ଥିବା ଅବସ୍ଥାରେ ଦେଖିଥିଲେ।ମୃତ ଦେହ ଟି ପଚି ଯାଇଥିବାରୁ ଚିହ୍ନଟ କରି ପାଇନଥିଲେ ଗାଁ ଲୋକେ।ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଜଣା ପଡିନି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି।ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।



