Saturday, November 14, 2026
Home ଆଞ୍ଚଳିକ ଗଞ୍ଜାମ ଜୋନ ଯୁବ ସଭାପତି ଭାବେ ନଚିକେତା ସ୍ବାଇଁଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା...

ଗଞ୍ଜାମ ଜୋନ ଯୁବ ସଭାପତି ଭାବେ ନଚିକେତା ସ୍ବାଇଁଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ମହୋତ୍ସବ ପାଳନ

70

ଆସିକା,୨୫/୯(ଜିଲ୍ଲା ଖବର)  : ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳ ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏବଂ ଜିଲ୍ଲା ଯୁବ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି ଏଥି ପାଇଁ ଓଡିଶାକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନରେ ଜଣେ ଜଣେ ଅଭିଜ୍ଞ ଯୁବନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳର  ସଭାପତି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଜ୍ୟେଷ୍ଠ ପୁତ୍ର ନଚିକେତା ସ୍ବାଇଁଙ୍କୁ  ଦଳର  ଯୁବସଭାପତି ଭାବେ  ଦାୟିତ୍ୱ  ଦିଆ ଯାଇଥିବାରୁ  ଆସିକା ନିର୍ବାଚନ ମଣ୍ଡଳୀର  ବିଜୁ ଜନତା ଦଳର ସଦସ୍ୟ ମାନେ ବେଶ   ଖୁସି ବ୍ୟକ୍ତ କରିଛନ୍ତି l  ଆସିକାରେ  ବିଜୁ ଜନତା ଦଳ  ପକ୍ଷରୁ  ଏକ ସମ୍ବର୍ଦ୍ଧନୀ  ସଭା ସହ    ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା l ଯୁବନେତା  ନଚିକେତା ସ୍ୱାଇଁ ଏହି ଶୋଭାଯାତ୍ରାରେ  ସାମିଲ ହୋଇ ଆସିକା ବିଜୁପଟ୍ଟନାୟକ ସ୍ଥିତ ବିଜୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରିଥିଲେ l ଆସିକା ବିଜେଡି କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳର  ସଭାପତି ଭାବେ ଯୁବନେତା ନଚିକେତା ସ୍ୱାଇଁଙ୍କୁ  ଶୁଭେଚ୍ଛା ଓ  ସମ୍ବର୍ଦ୍ଧନା  ଦିୟା ଯାଇଥିଲା l
ଏହି ସମ୍ବର୍ଦ୍ଧନା ଉତ୍ସବରେ  ମାନ୍ୟବର ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଯୁବନେତା ନଚିକେତା ସ୍ୱାଇଁ
ଆସିକା ପଞ୍ଚାୟତ ସମିତି ଅଧକ୍ଷ ହରେକୃଷ୍ଣ ମଲ୍ଲୀକ,  , ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା, ସତ୍ୟନାରୟଣ ସ୍ୱାଇଁ, ଅନୀଲ କୁମାର ନାୟକ,  ଅଜିତ କୁମାର ଚୌଧୁରୀ, ଅନୁରୋଧ ନାୟକ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ବରଗାଁ ସମିତିସଭ୍ୟ ଶିବ ନାହାକ, କାଳଷଣ୍ଢ ପୁର ସରପଞ୍ଚ ଧନମାଳି ସିଅ, ନାଗର୍ଜୁନ ବିଷୋୟୀ ଙ୍କ ସହ ବହୁ ବିଜେଡି ଯୁବ ନେତୃଵୁନ୍ଦ ଯୋଗଦେଇଥିଲେ l
ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳର  ସଭାପତି ଭାବେ ଯୁବନେତା  ନଚିକେତା  ସ୍ୱାଇଁଙ୍କ ନେତୃତ୍ୱରେ  ଗଞ୍ଜାମ ଜିଲ୍ଲାର  ବିଜେଡି ଯୁବ ଶକ୍ତି  ଅଧିକରୁ ଅଧିକ
ଶକ୍ତିଶାଳୀ ଓ ସକ୍ରିୟ ହୋଇ  ସାଧାରଣ ଜନତାଙ୍କ ସେବା କରିବା ସହ ଲୋକ ମାନଙ୍କୁ  ସଚେତନ  କରିବା ଦିଗରେ ସଫଳ ହେବ ବୋଲି ଯୁବନେତା ନଚିକେତା ସ୍ୱାଇଁ ନିଜର
ପ୍ରତିଶୃତି ଦେଇଛନ୍ତି l