
ମୁନିଗୁଡା,୨୫/୯(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ପାତ୍ରଗୁଡା ପଞ୍ଚାୟତର ଭୂର୍ଷିଖମାର ଠାରେ ଆଜି ମୁନିଗୁଡା ବ୍ଲକର ଅଖିଳ ଭାରତ କିଶାନ୍ ମଜଦୁର ସଂଘ ତରଫରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ସତାଧିକ ଚାଷୀ ରାସ୍ତାରେ ଶୋଭା ଯାତ୍ରା କରି ପ୍ରଧାନମନ୍ତ୍ରୀ ଙ୍କୁ ଚାଷୀ ବିଲ୍ କୁ ବିରୋଧ କରି ବିଭିନ୍ନ ପ୍ରକାରର ସ୍ଲୋଗାନ ମାନ ଦେଇଥିଲେ। ବ୍ଲକ ସଭାପତି ହରି ବନ୍ଧୁ କାଡ୍ରକା ଓ ଆବାହକ ସୁଭାଷ କୁଲସିକା ଙ୍କ ନେତୃତ୍ୱରେ ଏହି ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଦଶ ଦଫା ଦାବୀ ନେଇ ଅଲ ଇଣ୍ଡିଆ କିଷାନ ମଜଦୁର ସଂଘ ଡାକରାରେ ଭାରତ ଵନ୍ଦ କୁ ସମର୍ଥନ କରି ଏହି ରାଲିରେ ଶତାଧିକ ଚାଷୀ ଓ ମଜଦୂର ସଙ୍ଘ ର ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ରାଲିରେ ଦାଵି ଥିଲା କୃଷି ବିଲ୍ ପ୍ରତ୍ୟାହାର, କୃଷି କ୍ଷେତ୍ରକୁ କର୍ପୋରେଟ ହାତକୁ ଟେକି ନଦେବା, ଅତ୍ୟାବଶ୍ୟକ ସାମଗ୍ରୀ ଅସାଧୁ ସଙ୍ଶୋଧନ କାହା ସ୍ବାର୍ଥରେ, ମଣ୍ଡିଉଛେଦ୍ ବନ୍ଦ କରିବା, ଜନ ବିରୋଧି ଵିଦ୍ବ୍ଯତ ସ୍ଙଶୋଧନ ଵିଲ୍ ପ୍ରତ୍ୟାହାର, କମ୍ପାନୀ ଦ୍ବାରା ଠିକା ଚାଷ ବ୍ୟବସ୍ଥା ବାତିଲ୍ କରିବା, ଭାଗ ଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦେଵା, ପରିବେଶଗତ ପ୍ରଭାବ ଆକଳନ ନାମରେ ପରିବେଶ କୁ ଧ୍ବଂସ କରିବା, କୃଷି ମାରଣ ନୀତି ବନ୍ଦ କରିବା ଆଦି ଦାଵି ଉଲ୍ଲେଖ ଥିଲା।
ରିପୋର୍ଟ ପ୍ରସନ କୁମାର ପଣ୍ଡା ।


