
ଭଞ୍ଜନଗର,୨୫/୯(ଜିଲ୍ଲା ଖବର) : ବହୁ ଦିନ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି ଭଞ୍ଜନଗର ମୁଖ୍ୟ ଡାକଘର ଏ. ଟି. ଏମ l ଯାହାଫଳରେ ସାଧାରଣ ଡାକ ଉପଭୋକ୍ତା ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି lଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଦୀର୍ଘ ଏକମାସ ହେବ ଭଞ୍ଜନଗର ମୁଖ୍ୟ ଡାକଘର ଏ. ଟି. ଏମ. ଅଚଳ ପଡ଼ିଥିବା ବେଳେ ଏଥି ପ୍ରତି କାହାରି ଦୃଷ୍ଟି ପଡ଼ୁ ନାହିଁ l ଯାହା ଫଳରେ ସାଧାରଣ ଡାକ ଉପଭୋକ୍ତା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଏନେଇ ମୁଖ୍ୟ ଡାକପାଳ ବାରମ୍ବାର ବାରମ୍ବାର ପତ୍ର ମାଧ୍ୟମରେ ଉଚ୍ଚ କର୍ତ୍ତୃପକ୍ଷକୁ ଲିଖିତ ଭାବେ ଅବଗତ କରାଇ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରୁନାହିଁ l ଯାହା ଦ୍ୱାରା ଅନେକ ସମୟରେ ଉପଭୋକ୍ତା ମାନେ ନିରାଶ ହୋଇ ଫେରିବାକୁ ପଡୁଛି l ତେଣୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଅଚଳ ଥିବା ଡ଼ାକ ଏ.ଟି.ଏମ କୁ କାର୍ଯ୍ୟକ୍ଷମ କରାଇ ପାରିଲେ ସାଧାରଣ ଉପଭୋକ୍ତା ମାନେ ଉପକୃତ ହେବେ ବୋଲି କହିଛନ୍ତି ।
ରିପୋର୍ଟ ବବି ଅନନ୍ତନାଗ ରଥ ।



