Thursday, October 15, 2026
Home ଆଞ୍ଚଳିକ ନଦୀ ଉପରେ ତାର ଫିଟାଇ ଦେଲେ ପ୍ରଶାସନ

ନଦୀ ଉପରେ ତାର ଫିଟାଇ ଦେଲେ ପ୍ରଶାସନ

87

ବାଲିଗୁଡ଼ା,୨୫/୯(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ର ଗୁଂଜିବାଡ଼ି ଅନ୍ତର୍ଗତ ବ୍ରିନ୍ଦାପଡା ଗ୍ରାମରେ 20 ଆଦିବାସୀ ପରିବାର ବସବାସ କରନ୍ତି | ସେମାନେ ନଦୀ ଉପରେ ତାର ସାହାର୍ଯ୍ୟରେ ବିପଦ ପୂର୍ଣ୍ଣ ଭାବରେ ଯାତାୟାତ କରିଥାନ୍ତି | ଏହି ତାର ମାଧ୍ୟମରେ ପଂଚାୟତ କୁ ଯାଇ ଚାଉଳ, କିରାସିନି,ପନିପରିବା ଓ ଅତ୍ୟାଵଷିକ ଜିନିଷ ପତ୍ର ମଧ୍ୟ ଆଣିଥାନ୍ତି | ନଦୀ ଆରପାରି ରେ ଲକବାଡ଼ି ଗ୍ରାମରେ ପ୍ରଥମିକ ବିଦ୍ୟାଳୟ ଥିବାରୁ ଛାତ୍ର ଛାତ୍ରୀ ମାନେ ତାର ସାହାର୍ଯ୍ୟ ରେ ନଦୀ ପାର ହୋଇ ସ୍କୁଲ କୁ ଯାଇଥାନ୍ତି | ଗ୍ରାମବାସୀ ନଦୀ ପାର ହୋଇ ସ୍ୱାସ୍ଥ୍ୟ ସେବା ଓ ସଉଦା ପାଇଁ ଲୋକଙ୍କୁ ନୂଆଗାଁ, ରାଇକିଆ, ବାଲିଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ ଇତ୍ୟାଦି ଅଞ୍ଚଳ କୁ ଯିବାକୁ ପଡିଥାଏ | ଏହି ଖବର ବିଭିର୍ଣ୍ଣ ଗଣାମଧ୍ୟରେ ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ନଦୀ ଉପରେ ଥିବା ତାରକୁ ଖୋଲି ଦେଇଛନ୍ତି | ଫଳରେ ଅନ୍ୟ ରାସ୍ତା ଦେଇ ଗଲେ ଚାରି ରୁ ଛଅ କିଲୋମିଟର ଦୂରତ୍ୱ ପଡିଥାଏ | ଗ୍ରାମବାସୀ ସବୁ ଦିନିଆଁ ନଦୀ ଉପରେ ତାର ସାହାର୍ଯ୍ୟରେ ଗଲେ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରତ୍ୱ ପଡିଥାଏ | ଏଥି ସହିତ ଉକ୍ତ ଗ୍ରାମବାସୀଙ୍କୁ ଯେଉଁ ସବୁଦିନିଆ ରାସ୍ତା ଓ ପୋଲ ରହିଛି ଉକ୍ତ ରାସ୍ତା ରେ ଯାତାୟତ ପାଇଁ ପରାମର୍ଶ ଦିଆଯାଇଛି | ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଓ ସରପଞ୍ଚ ଯୁବତୀ ପ୍ରଧାନ ଲିଖିତ ଭାବେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶଶନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ