Monday, October 12, 2026
Home ଆଞ୍ଚଳିକ ଲୋକ ନିଜ ଖର୍ଚ୍ଚ ରେ ନିଜେ ତିଆରି କରିଛନ୍ତି ତାର ର ଝୁଲା ପୋଲ

ଲୋକ ନିଜ ଖର୍ଚ୍ଚ ରେ ନିଜେ ତିଆରି କରିଛନ୍ତି ତାର ର ଝୁଲା ପୋଲ

65

ବାଲିଗୁଡ଼ା,୨୫/୯(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ ର ଗୁଞ୍ଜିବାଡ଼ି ପଞ୍ଚାୟତ ଦେଇ ଯାଇଥିବା କଲିପେନୁ ନଦୀ ଉପରେ ବହୁ ଗ୍ରାମର ଲୋକ ପ୍ରତ୍ୟେକ ଦିନ ନିଜ ନିଜର ଜୀବିକା ପାଇଁ ନଦୀ ପାର ହୋଇ କର୍ମକ୍ଷେତ୍ର କୁ ଯିବାକୁ ପଡ଼ିଥାଏ। ପୋଲ ନ ଥିବାରୁ ବିରିନ୍ଦା ପଡା ଗ୍ରାମବାସୀ ବିଦୁତ ତାର ବାନ୍ଧି ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରୁଥିଲେ। ଏ ଖବର ପ୍ରକାଶ ପରେ ପ୍ରଶାସନ ତରଫରୁ ତାର କାଟି ଦିଆ ଯାଇଛି। ସେହିପରି ଟପେରିକିଆ ଗ୍ରାମରେ ମଧ୍ୟ ପୋଲ ନିର୍ମାଣ ନହେବାରୁ ନିଜ ଗାଁ ରେ ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରି ନିଜ ଖର୍ଚ୍ଚ ରେ ବଜାର ରୁ ତାର ଯାଲି କିଣି ଜଙ୍ଗଲ ରୁ କାଠ ସଂଗ୍ରହ କରି ତାର କୁ ଗଛ ଉପରେ ବାନ୍ଧି ଏକ ଦେଶୀ ପଦ୍ଧତି ରେ ଏକ ତାରରେ ଝୁଲା ପୋଲ ନିର୍ମାଣ କରିଛନ୍ତି | ଗ୍ରାମର ଲୋକ କୌଣସି ଇଞ୍ଜିନିୟରିଂ ଙ୍କ ସହାୟତା ନେଇ ନାହାନ୍ତି। ଏହି ଝୁଲା ପୋଲ ର କାରୁକାର୍ଯ୍ୟ ଅତି ଉର୍ଣ୍ଣତ ମାନର ହୋଇଥିବା ଦେଖିବାକୁ ମିଳିଛି |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।