Home ଆଞ୍ଚଳିକ କରୋନା ସଂକ୍ରମଣରେ ଫୁଟବଲ ରେଫ୍ରୀ ମୃତ, ଖେଳ ପ୍ରେମୀଙ୍କ ଶୋକ

କରୋନା ସଂକ୍ରମଣରେ ଫୁଟବଲ ରେଫ୍ରୀ ମୃତ, ଖେଳ ପ୍ରେମୀଙ୍କ ଶୋକ

94

ଜଟଣୀ,୨୫/୯(ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣରେ ଜଟଣୀ ଅଂଚଳର ଜଣେ ଫୁଟବଲ ରେଫାଙ୍କ ମୃତ୍ୟୁ ହୋଇଯାଇଛି । ଏନେଇ ଖେଳପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି । ରେଫ୍ ଶିବ ପ୍ରସାଦ ଦାସ ୪୦ ଦିଘ କିଛିଦିନ ହେବ ନିମୋନାଆ ରୋଗରେ ଆକ୍ରାନ୍ତ ହୋଇ ଖୋର୍ଦ୍ଧାରୋଡ ରେଳମଣ୍ଡଳ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କୋଭିତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୁଚନା ମିଳିଛି । ସର୍ଗତ ଦାସ ଜଣେ ଦକ୍ଷ ଖେଳ ପ୍ରଶିକ୍ଷକ ରହିଥିବା ବେଳେ ଜାତୀୟ ସ୍ତରୀୟ ଫୁଟବଲ ରେଫ୍ରଭାବେ କାର୍ଯ୍ୟ କରିଛନ୍ତି । ଫୁଟବଲ ରେଫ୍ ଏବଂ କୋଚଭାବେ କାର୍ଯ୍ୟକରିବା ପୁର୍ବରୁ ସେ ପ୍ରଥମେ ରେଳ ସୁରକ୍ଷାବଳରେ ଯୋଗଦେଇଥିଲେ । ପରବର୍ତ୍ତି ସମୟରେ ଖୋର୍ଦାରୋତ ରେଳପଥର ପର୍ସନାଲ ଡିପାର୍ଟମେଟରେ କିରାଣୀଭାବେ କାର୍ଯ୍ୟ କରିଥିବା ବେଳେ ପଦୋନ୍ନତି ପାଇ ସିଏମଏସ କାର୍ଯ୍ୟାଳୟରେ ଚିଫ ଇକୋ.ଆର.ଏସଏର ଫୁଟବଲ ଆସୋସିଏସନରେ ସମ୍ପାଦକ ଭାବେ ବିବେଚିତ କରାଯାଇଥିଲା । ଫୁଟବଲ ରେଫୁଭାବେ ଜାତୀୟ ଓ ଜିଲା ସ୍ତରରେ ସନାମ ଅର୍ଜନ କରିଥିବା ବେଳେ ଇଟର ରେଲୱେ ଖୁଣ୍ଟ ରେ ଅଧିଶ ସମୟ ରେଫୁଭାବେ କାର୍ଯ୍ୟ କରିଥିଲେ । ବିଭିନ୍ନ ଫୁଟବଲ ଟୁଣ୍ଟ ପକ୍ଷରୁ ତାଙ୍କୁ ସସତ ଜରାଯାଇଥିଲା । ଏହିପରି ଜଣେ ସନାମଧନ୍ୟ ବ୍ୟକ୍ତିଙ୍କ ଅକାଳ ବିୟୋଗରେ ଜଟଣୀରେ ଶୋକର ଛାୟା ଖେଳିଯାଇଥିଲା । ଏହିଁ ଅବସରରେ ଜାତୀୟ ସ୍ତରୀୟ କ୍ରିଡାବିତ ହେମନ୍ତ କୁମାର ସୁତରାୟ ରଙ୍ଗନାଥ ବେହେରା, ଜାମେଶ୍ୱର ରାଓ,ଏମ ଆନନ୍ଦ କୁମାର ପଣ୍ଡନ କୁମାର ସାହୁ,ବାବାଜି ପ୍ରଧାନ,ସେକ ସାଜାଦ ସତ୍ତିତ ଶ୍ରୀନୁ ପେଲେଜା ଓ ଜୟନ୍ତ କୁମାର ଗୌତ ପ୍ରମୁଖଖେଳପ୍ରେମୀ ଶ୍ରୀ ଦାସଙ୍କ ବିୟୋଗରେ ଶ୍ରଦ୍ଧାଙ୍ଗଳି ଜ୍ଞାପନ କରିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର ।