Wednesday, November 11, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ,...

ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା , ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ

106

ଜଗନ୍ନାଥ ପ୍ରସାଦ,୨୫/୯(ଜିଲ୍ଲା ଖବର) : ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘର ର ସଭାପତି ନିରାକାର ସାହୁ ଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମୂଖ ରେ 24 ତାରିଖ ରେ ଧାରଣା ରେ ବସିଥିଲେ। ଗତ 16 ତାରିଖ ରେ ଜଗନ୍ନାଥ ପ୍ରସାଦ ରେ ଏକ କାର ରେ ବେଆଇନ ଔଷଧ ଚାଲାଣ ହେଉଥିବା ଖବର ପାଇ ସାମ୍ବାଦିକ ପବିତ୍ର ମହାପାତ୍ର ସେହି କାର ର ଭିଡ଼ିଓ ଉତ୍ତୋଳନ କରିବା ସମୟରେ କାର ମାଲିକ ସୁଜିତ ମହାପାତ୍ର ତାଙ୍କୁ ହତ୍ୟା ଧମକ ଦେଇଥିଲେ।ସାମ୍ବାଦିକ ମହାପାତ୍ର ସେହି ହତ୍ୟା ଧମକ ଦେବା ସମୟର ଭିଡ଼ିଓ ଉତ୍ତୋଳନ କରିଥିଲେ।ଘଟଣା ସମ୍ପର୍କରେ ସାମ୍ବାଦିକ ମହାପାତ୍ର ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଲିଖିତ ଏତଲା ଦେବା ସହ ଅଭିଯୁକ୍ତ ଦେଇଥିବା ହତ୍ୟା ଧମକ ର ଭିଡ଼ିଓ ମଧ୍ୟ ଦେଇ ଥିଲେ।କିନ୍ତୁ ଅଭିଯୁକ୍ତ ମଧ୍ୟ ତା ପର ଦିନ ସାମ୍ବାଦିକ ମହାପାତ୍ର ନାମରେ ପାଲଟା ଏତଲା ଦେଇଥିଲା।ଘଟଣା ର ଉଚିତ ତଦନ୍ତ କରା ଯିବା ସହ ଅଭିଯୁକ୍ତ କୁ ଗିରଫ କରାଯିବା, ସାମ୍ବାଦିକ ମହାପାତ୍ର ନାମରେ ହୋଇଥିବା ମିଥ୍ୟା ଏତଲା ଖାରଜ କରିବା ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସଂଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର 21 ତାରିଖରେ ଦିଆ ଯାଇଥିଲା । କିନ୍ତୁ କୋୖଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ର ସଭାପତି ନିରାକାର ସାହୁ ଙ୍କ ନେତୃତ୍ୱ ରେ ସାମ୍ବାଦିକ ମାନେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ରେ ବସିଥିଲେ। ସଂଘ ର ଉପସଭାପତି ସନ୍ତୋଷ କୁମାର ଜେନା,ସମ୍ପାଦକ ମନୋଜ କୁମାର ଗୌଡ଼, ସଂଗଠନ ସମ୍ପାଦକ ପବିତ୍ର କୁମାର ମହାପାତ୍ର, କୋଷାଧକ୍ଷ ଗିରିଶ ସାହୁ,କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟନାରାୟଣ ପଣ୍ଡା , ପ୍ରିୟବ୍ରତ ନାୟକ, ନିଲୁ ବିଶୋଇ, ଓ ସକ୍ରିୟ ସଦସ୍ୟ ରଞ୍ଜନ ସ୍ଵାଇଁ, ନାଚିକେତ ପ୍ରଧାନ,ଆଶିଷ କୁମାର ଗୌଡ଼, ବଂଶୀଧର ପଟ୍ଟନାୟକ,ଶିବ ଶଙ୍କର ପ୍ରଧାନ,ଓ ରାଜ କିଶୋର ଅଲଟିଆ ପ୍ରମୁଖ ଧାରଣ ରେ ବସିଥିଲେ।ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ ଓ କହିଥିଲେ ଯେ ସାମ୍ବାଦିକ କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ସୁଜିତ ମହାପାତ୍ର ଜଗନ୍ନାଥ ପ୍ରସାଦ ଥାନା ରୁ ବେଲ୍ ରେ ଯାଇଛି,ସାମ୍ବାଦିକ ମହାପାତ୍ର ନାମରେ ହୋଇଥିବା କେସ କୁ ସଠିକ ତଦନ୍ତ କରିବା ପାଇଁ ସେ ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ଜଣେଇଛନ୍ତି, ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗେଇ ଦେବା ଆମର କର୍ତ୍ତବ୍ୟ ବୋଲି ସେ କହିଥିଲେ।ତେଣୁ ସାମ୍ବାଦିକ ମାନେ ଧାରଣାକୁ ସ୍ଥଗିତ କରିଥିଲେ।ଆଗାମୀ ଦିନରେ ଯଦି ସାମ୍ବାଦିକ ମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୁଏ ଓ ସାମ୍ବାଦିକମହାପାତ୍ର ନାମରେ ହୋଇ ଥିବା ମିଥ୍ୟା କେସ ଖାରଜ ନ ହୁଏ , ତାହାହେଲେ ପୁଣି ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ଗଂଜାମ ଜିଲ୍ଲାପାଳ, ଓ ଜିଲ୍ଲା ଏସ.ପି କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କରିବେ ବୋଲି ସଂଘ ର ସଭାପତି ନିରାକାର ସାହୁ ଓ ସମ୍ପାଦକ ମନୋଜ କୁମାର ଗୌଡ଼ , ସମସ୍ତ କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ନିରାକାର ସାହୁ