ଆସିକା : ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ସଂଘର ଦ୍ୱିତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ।

30


ଆସିକା, (ଖିରୋଦ ଚନ୍ଦ୍ର ବେହେରା) : ଆସିକା ବସଷ୍ଟାଣ୍ଡ ଆଲିପୁର ରୋଡ ସ୍ଥିତ ଓଡିଆ ସମାଜ ସଭାଗୃହ ଠାରେ ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ସଂଘର ଦ୍ୱିତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠୀତ ହୋଇଯାଇଛି । ଆସିକା ବିଜୁ ପଟ୍ଟନାୟକ ଛକ ଠାରୁ ଶତାଧିକ କମ୍ରେଡ ଏକ ବିରାଟ ପଟୁଆରରେ ଲାଲ ପତାକା ଧରି ସମ୍ମିଳନୀ କକ୍ଷ ଠାରେ ପହଁଚିଥିଲେ । ୟୁନିୟନ ସାଧାରଣ ସମ୍ପାଦକ କ୍ରମେଡ ନଳିନୀକାନ୍ତ ତ୍ରିପାଠି ଲାଲା ପତାକା ଉତୋଳନ କରି ଶହିଦ ମାନଙ୍କୁ ସ୍ମୃତିଚାରଣ କରିଥିଲେ ।

ଏହାପରେ ଜିଲ୍ଲା ସଭାପତି ରାମଚନ୍ଦ୍ର ବାଡତ୍ୟା ସଭାକାର୍ଯ୍ୟକୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା କମିଟି ସଦସ୍ୟ ପି.ପାର୍ବତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ସମ୍ପାଦକୀୟ ବିବରଣି ପଠନ କରିଥିଲେ । ଏହି ଅବସରରେ ଟିୟୁସିଆଇର ରାଜ୍ୟ ସଭାପତି ଶିବରାମ ନିଜ ବକ୍ତବ୍ୟରେ ବର୍ତମାନ ସମୟରେ ଶ୍ରମିକ ସମାଜରେ ଆଶୁ କର୍ତବ୍ୟ ଏବଂ ୟୁନିୟନର ମୁଖ୍ୟ ଭୂମିକା ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଏକତା ହିଁ ବଳ ଓ ଶ୍ରମିକର ବଳ ହେଉଛି ୟୁନିୟନ ।

ଶ୍ରମିକ ମାରଣନୀତି ଆପଣାଇ ଶ୍ରମିକଙ୍କୁ ଭୁଲିଯାଇ ସର୍ବସ୍ୱ ଲୁଟି ନିଆଯାଉଛି । ତେଣୁ ଏକତା ହିଁ ମୁଳମନ୍ତ୍ର ।ଲଢେଇ ମାଧ୍ୟମରେ ଅଧିକାର ହାସଲ କରିବାକୁ ହେବ ବୋଲି ସଭାରେ ଆଲୋଚନା କରାଯାଇଥିଲା । ଏହା ସହିତ ଶ୍ରମିକ ଶୋଷଣ, ଉଦ୍ଦେଶ୍ୟ ମୁଳକ ଭାବେ ବିଭିନ୍ନ ନିର୍ଯ୍ୟାତନା ବିରୁଦ୍ଧରେ ବିଭିନ୍ନ କର୍ମକର୍ତା ମାନେ ମତ ପୋଷଣ କରିଥିଲେ । ଆଗାମୀ ୩ ବର୍ଷ ପାଇଁ ୨୧ ଜଣ କମିଟି ଗଠନ କରାଯାଇଥିଲା ।

ସେମାନଙ୍କ ମଧ୍ୟରେ ୭ ଜଣଙ୍କୁ ନିର୍ବାଚିତ କରାଯାଇ ଜିଲ୍ଲା ସଭାପତି ଭାବେ ଶଙ୍କର ସାହୁ, ଉପସଭାପତି ରୁପେ ପ୍ରମୋଚନ୍ଦ୍ର ପ୍ରଧାନ, ଜନାର୍ଦ୍ଧନା ସେଠି, ଦେବରାଜ ନାୟକ, ଜିଲ୍ଲା ସମ୍ପାଦକ ରାଜମଚନ୍ଦ୍ର ବାଡତ୍ୟା, ଜିଲ୍ଲା ସହସମ୍ପାଦକ ଭାବେ ପି.ପାର୍ବତୀ , କୋଷାଧ୍ୟକ୍ଷ ଗୈାତମ ନାୟକ ପ୍ରମୁଖ ନିର୍ବାଚିତ ହୋଇଥିଲେ । ନବନିର୍ବାଚିତ କର୍ମକର୍ତା ମାନଙ୍କୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଶେଷରେ ଲାଲା ପତାକା ଉତୋଳନ ପରେ ସଭା ଭଙ୍ଗ କର୍ୟାାଇଥିଲା ।