Friday, November 13, 2026
Home ଆଞ୍ଚଳିକ ଭଞ୍ଜନଗର ରେ ଅବକାରୀ ଧରପଗଡ଼ ,ବିପୁଳ ପରିମାଣର ଦେଶୀ ମଦ ଜବତ

ଭଞ୍ଜନଗର ରେ ଅବକାରୀ ଧରପଗଡ଼ ,ବିପୁଳ ପରିମାଣର ଦେଶୀ ମଦ ଜବତ

32

ଭଞ୍ଜନଗର,୨୪/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଵଂ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ଥାନା ଇଲାକାରେ ଭଞ୍ଜନଗର ଓ ବୁଗୁଡା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼, ତୁରୁମ, ଗୁଜୁରାଳି, ଗୁଡ଼ୁପଲ୍ଲୀ ଅଞ୍ଚଳରେ ଚଢ଼ାଉ କରାଯାଇ ୪୩୦ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏଥି ସହିତ ୨୩୮୬ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯିବା ସହ ଏହି ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ତିନି ଟି ମାମଲା ରୁଜୁ କରାଯାଇ ଦୁଇ ଜଣ କୁ ଗିରଫ କରାଯାଇଛି । ଏହି ଚଢ଼ାଉ ଅଭିଯାନରେ ଭଞ୍ଜନଗର ଅବକାରୀ ଓ. ଆଇ. ସି ପାର୍ଥ ସାରଥୀ ରାଉତଙ୍କ ସମେତ ଏ.ଏସ. ଆଇ ମମତା କୁମାରୀ ଦାସ, ଏ.ଏସ.ଆଇ ବିଶ୍ୱନାଥ ବେହେରା, ସମେତ ସନାତନ ନାହାକ, ଏନ. ତିରୁପତି ରାଓ, ଜଗନ୍ନାଥ ମହାପାତ୍ର, ଟୁଟୁ ସାମଲ,କୃଷ୍ଣ ଚନ୍ଦ୍ର ସେଠୀ, ନୀରେନ୍ଦ୍ର ଶବର , ସୁବଳ ପ୍ରଧାନ, ପ୍ରମୁଖ ସାମିଲ ହୋଇଥିଲେ