
ବାଲିଗୁଡା,୨୪/୯ {ଜିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ବାଲିଗୁଡା ର ବି.ସୁବାଷ ଚନ୍ଦ୍ର ପାତ୍ର (ବାବୁଲି ଆନା )ଙ୍କ କୋଭିଡ ହସ୍ପିଟାଲ ରେ ମୃତ୍ୟୁ ହୋଇଛି | ସେ ଯଣେ ବାଲିଗୁଡା ର ଟାଣୁଆ ବିଜେପି ନେତା, ପୂର୍ବତନ କ୍ରୀଡ଼ାବିତ ଭାବରେ ପରିଚିତ ଥିଲେ | ଗତ କିଛିଦିନ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ଚିକିଛିତ ହେଉଥିଲେ | ତାପରେ ତାଙ୍କର କୋଭିଡ positive ବାହାରିବା ପରେ ତାଙ୍କୁ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା | ମଙ୍ଗଳବାର ଦୀନ ତାଙ୍କର ଦେହାନ୍ତ ହୋଇଥିଲା | ତାଙ୍କର ପୁଅ ଓ ପରିବାରର ଅନ୍ୟମାନେ ଭୁବନେଶ୍ୱର ପହଂଚିବା ପରେ ତାଙ୍କର ଉପସ୍ଥିତି ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା | ତାଙ୍କର ମୃତୁରେ ବାଲିଗୁଡା ଠାରେ ଶୋକ ର ଛାୟା ଖେଳିଯାଇଛି |
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



