କୂଳ ଖାଇ ଗାଁ ମୁହାଁ ହେଲାଣି ନଦୀର ପାଣି ,ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

228

ଭଞ୍ଜନଗର,୨୪/୯ ( ଜିଲ୍ଲା ଖବର) : ଭୟ ଏବଂ ଆଶଙ୍କା ଭିତରେ ଗଂଜାମ – କନ୍ଧମାଳ ସୀମାନ୍ତ ଇନ୍ଦ୍ରଗଡ଼ ଗ୍ରାମବାସୀ। କେତେବେଳେ ଯେ ନଦୀର ପ୍ରଖର ସ୍ରୋତ କରିଦେବ ଗାଁ ର ସର୍ବନାଶ ତାହାର ହିସାବ୍ ନାହିଁ। ଗଞ୍ଜାମ କନ୍ଧମାଳ ସୀମାନ୍ତ ଇନ୍ଦ୍ରଗଡ଼ ଗ୍ରାମଦେଇ ଯାଇଥିବା ନଦୀର ପାଣି ଧୀରେ ଧୀରେ କୂଳ ଖାଇ ଏବେ ଗ୍ରାମ ମୁହାଁ ହେଲାଣି। ଏ ନେଇ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହିଁ ପ୍ରଶାସନ । ଏଣେ ସବୁ ଜାଣି ପ୍ରଶାସନ ଚୁପ ବସିଛି। ଅନ୍ୟପଟେ ଦୁଇ କୂଳଖାଇ ଗ୍ରାମ ମୁହାଁ ହେଲାଣି ନଦୀର ପାଣି । ପ୍ରକାଶ ଯେ ଇନ୍ଦ୍ରଗଡ ଗ୍ରାମ ଦେଇ ଯାଇଥିବା ଏହି ନଦୀ, କୂଳ ଖାଇଖାଇ ଦିନକୁ ଦିନ ଗାଁ ମୁହାଁ ହେବାରେ ଲାଗିଛି । ଯାହା ଫଳରେ ଗ୍ରାମ ବାସୀଙ୍କ ଅନେକ ଘର ବିପଦ ପୂର୍ଣ୍ଣ ପରିସ୍ଥିତି ଆଡକୁ ଗତି କରିବାରେ ଲାଗିଛି । ଯେ କୌଣସି ମୁହୂର୍ତ୍ତରେ ନଦୀ ମଧ୍ୟରେ ମିଶିଯିବ ଏହି ଗ୍ରାମର କିଛି ଘର ତାହା କହିବା ମୁସ୍କିଲ। ଏହି ସମସ୍ୟାକୁ ନେଇ ଅନେକ ଥର କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ରାଇକିଆ ବ୍ଲକ ପ୍ରଶାସନ ଙ୍କୁ ଲିଖିତ ମାଧ୍ୟମରେ ଜଣା ଯାଇଥିଲେ ମଧ୍ୟ ଏହା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଲଗାଣ ବର୍ଷା ହେଲେ ନଦୀ ପାଖରେ ଥିବା କିଛି ଘର ଯେ କେଉଁ ମୁହୂର୍ତ୍ତରେ ପାଣିର ପ୍ରଖର ସ୍ରୋତରେ ପଡି ଭାସିଯିବ ତାହାର ଠିକଣା ନାହିଁ। ଏ ନେଇ ଆମେ ରାଇକିଆ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏନେଇ ରାଇକିଆ ବ୍ଲକ ପ୍ରଶାସନ କଣ ପଦକ୍ଷେପ ନେବେ ଆଉ କେବେ ମିଳିବ ଗ୍ରାମବାସୀଙ୍କୁ ଏହି ବିପଦରୁ ମୁକ୍ତି ସେହିଦିନ କୁ ଇନ୍ଦ୍ରଗଡ଼ ଗ୍ରାମବାସୀ ଚାତକ ଭଳି ଅପେକ୍ଷା କରି ରହିଛନ୍ତି ।

ସ୍ୱତନ୍ତ୍ର ରିପୋର୍ଟ_  ନିଲୁ ବିଷୋୟୀ