
ଭଞ୍ଜନଗର୨୩/୯(ଜିଲ୍ଲା ଖବର) : କରୋନା ମୁକାବିଲାରେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିବା ଶିକ୍ଷକ ସ୍ବର୍ଗତ କୁଶଧ୍ୱଜ ସେଠୀଙ୍କ ପରିବାର ବର୍ଗଙ୍କୁ ଭେଟି ଭଞ୍ଜନଗର ଏନ୍.ଏ.ସି କ୍ଲଷ୍ଟର ତରଫରୁ ସି.ଆର.ସି.ସି ଶ୍ରୀ ନାରାୟଣ ମହାପାତ୍ରଙ୍କ ନେତୃତ୍ବରେ ସଂଗୃହିତ ଟ.୧୩୦୦୦ (ତେର ହଜାର) ଟଙ୍କା (ଉଭୟ ଅନଲାଇନ ଓ ଅଫଲାଇନ) ଆର୍ଥିକ ସହଯୋଗ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଅଲଓଷ୍ଟା ସଭାପତି ଶ୍ରୀ ଜଗବନ୍ଧୁ ଜେନା, ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କ ଉପସ୍ଥିତିର ପ୍ରଦାନ କରାଯାଇଛି । ଏନ୍.ଏ.ସି ଅନ୍ତର୍ଗତ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷ୍ଟାପଙ୍କ ସଂଗୃହିତ ଟ.୯୦୦୦ (ନଅ ହଜାର) ଟଙ୍କା ପ୍ରଦାନ କରାଯିବା ସହିତ ଅମର ଆତ୍ମାର ସଦଗତି କାମନା କରାଯାଇଛି । ଏତଦବ୍ୟତୀତ ଏହି କ୍ଳଷ୍ଟରର ଶ୍ରୀମତୀ ମଞ୍ଜୁମାଳା ଦାସ, ଜୋତ୍ସା ଦେବୀ, କ୍ରିଷ୍ଣା ପ୍ରସାଦନୀ ବେହେରା,ମନୋରମାପତି ପ୍ରମୁଖ ମଧ୍ୟ ସହାୟତାର ହାତ ଆଗରୁ ବଢାଇ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି । ଏହି ମୃତ ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ନମିତ୍ତ ସବୁ ମହଲରୁ ଦାବୀ ହୋଇଛି ।


