
ଆସିକା, (ଖିରୋଦ ଚନ୍ଦ୍ର ବେହେରା): ଆସିକା ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ଠାରେ ପଲିଥିନ ବର୍ଜନ ପାଇଁ ସ୍ୱଚ୍ଚତା ହିଁ ସେବା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୧୦ଟା ସମୟରେ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ପୁନଃ ବିନିଯୋଗ କରି ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ କରିବା ନେଇ ଆସିକା କାର୍ଯ୍ୟାଳୟ ଠାରେ ସହକାରି ଯନ୍ତ୍ରୀ ଜି.କାର୍ତିକେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ କର୍ମଚାରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ପଲିଥିନ ବର୍ଜନ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ପଲିଥିନ ପରିବେଶକୁ କିପରି ଦୂଷିତ କରେ ଓ ଏହାଦ୍ୱାରା ମୃତିକା ଉପରେ କିପରି ପ୍ରଭାବ ପଡିଥାଏ ସେ ବିଷୟରେ ସଚେତନ ବର୍ତା ଦିଆଯାଇଥିଲା । ତେଣୁ ସମସ୍ତେ ପଲିଥିନ ବର୍ଜନ କଲେ ଏକ ପଲିଥିନ ମୁକ୍ତ ସମାଜ ଗଠନ ହେବା ସହ ଏକ ସୁ୍ସ୍ଥ ପରମ୍ପରା ଓ ସ୍ୱଚ୍ଚ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ଏହି ଶୋଭାଯାତ୍ରାରେ କୁହାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ୱାର୍କ ସରକାର ସୁଶାନ୍ତ କୁମାର ପରିଡା, କନିଷ୍ଠ କିରଣୀ ପ୍ରଭାକର ସାବତ ସମେତ ଖଦାଳ ନାୟକ, ଦେବେନ୍ଦ୍ର ପାତ୍ର, ବିପ୍ରଚରଣ ଗୈାଡ, ଏ.ଯୁଗଳ କିଶୋର ରେଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।



