Tuesday, October 13, 2026
Home ଆଞ୍ଚଳିକ କୋଭିଡ୍ ନିୟମ ଉଲ୍ଲଂଘନ ବାହାଘର ଉତ୍ସବ ପାଳନ ବେଳେ ପୋଲିସର ଚଢ଼ାଉ

କୋଭିଡ୍ ନିୟମ ଉଲ୍ଲଂଘନ ବାହାଘର ଉତ୍ସବ ପାଳନ ବେଳେ ପୋଲିସର ଚଢ଼ାଉ

144

ବାଲିଗୁଡା,୨୩/୯ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ର ଗତକାଲି ସନ୍ଧ୍ୟା ସମୟରେ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମର ପରମେଶ୍ୱର ମଲ୍ଲିକଙ୍କ ଘରେ ତାଙ୍କ ପୁଅ ନକୁଳ ମଲ୍ଲିକ ଓ ରେବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସାତାମାସ୍କା ଗ୍ରାମର ଲହଡ଼ା ମଲ୍ଲିକଙ୍କ ଝିଅ ପ୍ରୀତି ମଲ୍ଲିକଙ୍କ ସହ ବିବାହ ଉତ୍ସବ ଚାଲିଥିଲା | ହେଲେ କୋଭିଡ୍ ନିୟମକୁ ନମାନି ପ୍ରାୟ 200 ରୁ ଉର୍ଦ୍ଧ୍ୱ ବନ୍ଧୁବାନ୍ଧବଙ୍କ ଗହଣରେ ନାଚଗୀତର ଆସର ଜମାଇ ବିବାହ ଉତ୍ସବ ଚାଲିଥିବା ର ଖବର ବାଲିଗୁଡ଼ା ପୋଲିସ୍ ପାଖରେ ପହଁଚିଥିଲା | ଥାନା ଅଧିକାରୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଘଉଡାଇବା ସହ ମାଇକ୍ ସେଟ୍ ଜବତ କରି ଘଟଣାରେ ବର ନକୁଳ ଓ ତାଙ୍କ ବାପା ପରମେଶ୍ୱରଙ୍କ ନାମରେ କେଶ ନମ୍ବର 167/20 ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ