
ଧରାକୋଟ,୨୩/୯(ଜିଲ୍ଲା ଖବର) : ଚାଷୀର ହକ ପାଇଁ ଲଢେଇ, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ନିଜର ହକ ପାଇଁ ଧାରଣା ଦେଲେ ଚାଷୀ l
କଥାରେ ଅଛି ଚାଷୀଟେ ବଞ୍ଚିଲେ ଦୁନିଆ ବଞ୍ଚିବ l
ହେଲେ ଏଠି ଚାଷୀ କଥା ଭାବୁଛି କିଏ l ସାରା ଦୁନିଆକୁ ଆହାର ଯୋଗାଉ ଥିବା ଚାଷୀ ନିଜେ ଖାଇବାକୁ ନପାଇ ଏଠି ଆତ୍ମହତ୍ୟା କରୁଥିଲେ ମଧ୍ୟ ତଥାପି ଚାଷୀ ମାନଙ୍କ ସମସ୍ୟା ଉପରେ ନଜର ପଡ଼େନି ପ୍ରଶାସନର l ପ୍ରଶାସନ ଚାଷୀମାନଙ୍କୁ ଅଣଦେଖା କରୁ ଥିବାରୁ ଆଜି ନିଜର ବିଭିନ୍ନ ସମସ୍ୟାକୁ ନେଇ ଧରାକୋଟ ବ୍ଲକର ବହୁସଂଖ୍ୟକ ଚାଷୀ ଧରାକୋଟ ବ୍ଲକ କୃଷି ଅଧିକାରୀଙ୍କ କାଯ୍ୟଳୟ ଆଗରେ ଧାରଣ ଦେଇଥିବା ଦେଖିବାକୁ ମିଳିଛି l ଭାରତୀୟ ଜନତା ପାର୍ଟିର କୃଷକ ମଞ୍ଚର ରାଜ୍ୟ ସଂଯୋଜକ ପ୍ରଦୀପ ପତ୍ରିଙ୍କ ନେତୃତ୍ବରେ ବହୁ ସଂଖ୍ୟକ ଚାଷୀ ଆଜି ଧରାକୋଟ ବ୍ଲକ କୃଷି ଅଧକାରୀଙ୍କୁ ମିଶି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ l ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି l ସରକାର ଚାଷୀ ମାନଙ୍କୁ ପଯ୍ୟାପ୍ତ ପରିମାଣରେ ସାର ଯୋଗାଇ ପାରୁ ନଥିବା ବେଳେ ବିଭିନ୍ନ ସୋସାଇଟି ଓ ଡିଲର ମାନେ ସାରର କଳା ବଜାରୀ କରୁଛନ୍ତି l ଯାହା ଫଳରେ ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ବେଶ ଅଧିକ ଦରରେ ସାର ବିକ୍ରୟ ହେଉଛି ଏବଂ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଅଂଚଳର ଚାଷୀ ମାନେ l କେବଳ ସେତିକି ନୁହେଁ ବର୍ତ୍ତମାନ ଧାନ କେଣ୍ଡା ଧରିବାର ସମୟ ଏହି ସମୟରେ ଧାନଗଛରେ ବିଭିନ୍ନ ରୋଗ ଓ ସମସ୍ୟା ଦେଖାଯାଏ l ଏଭଳି ଅନେକ ରୋଗ ଓ ସମସ୍ୟା ଥିଲେ ମଧ୍ୟ ତାର ପ୍ରତିକାର ପାଇଁ ଧରାକୋଟ ଅଞ୍ଚଳର ଚାଷୀ ମାନେ କୀଟନାଶକ ଔଷଧ ସହଜରେ ପାଇ ପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି l ଏନେଇ ତୁରନ୍ତ ଚାଷୀ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଭାରତୀୟ ଜନତା ପାର୍ଟିର କୃଷକ ମଞ୍ଚର ରାଜ୍ୟ ସଂଯୋଜକ ପ୍ରଦୀପ ପତ୍ରି ଧରାକୋଟ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି
I ଯଦି ଯଥା ଶୀଘ୍ର ଚାଷୀମାନଙ୍କ ଏସବୁ ସମସ୍ୟା ପ୍ରତି ଧ୍ୟାନ ଦିଆ ନଯାଏ ତେବେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଭାରତୀ ଜନତା ପାର୍ଟିର କୃଷକ ମଞ୍ଚର ରାଜ୍ୟ ସଂଯୋଜକ ପ୍ରଦୀପ ପତ୍ରି ନିଜର ପ୍ରତିକ୍ରିୟାରେ କହିଛନ୍ତି l




