Saturday, November 14, 2026
Home ଆଞ୍ଚଳିକ ୪୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

୪୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

24

ବେଲଗୁଣ୍ଠା,୨୩/୯(ଜିଲ୍ଲା ଖବର) : ବେଲଗୁଣ୍ଠା ଫାଣ୍ଡି ପୋଲିସ ବେଲଗୁଣ୍ଠା କୋଳି ସାହି ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଏକ ବାଇକ୍ ଓ ସପୃଂକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।ଗିରଫ ବ୍ୟକ୍ତି ଜଣକ ହେଲେ ଭଞ୍ଜନଗର ନାହାତୋଟା ସାହିର ଡି.ଏଙ୍କଟେସୁ ।ସେ ଭଞ୍ଜନଗରରୁ ୪୦ ଲିଟର ଦେଶି ମଦ ନେଇ ବେଲଗୁଣ୍ଠା ଅଭିମୁଖେ ଆସୁଥିଲେ ।ବେଲଗୁଣ୍ଠା ପୋଲିସ ତାହାର ତଲାସୀ ନେଇ ୪୦ ଲିଟର ଦେଶୀ ମଦ ଓ ଡିସକଭେରୀ ଜବତ କରିବା ସହ ତାକୁ ଗିରଫ କରିଥିବା ଜଣାପଡ଼ିଛି ଏବଂ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।

ରିପୋର୍ଟ ଶିବରାମ ଚୌଧୁରୀ ।