Saturday, November 14, 2026
Home ଆଞ୍ଚଳିକ ମିଳିତ ଅବକାରୀ ଧରପଗଡ଼ , ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୯ ଗିରଫ

ମିଳିତ ଅବକାରୀ ଧରପଗଡ଼ , ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୯ ଗିରଫ

15

ଭଞ୍ଜନଗର / ସୋରଡ଼ା,୨୩/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ର। ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋରଡ଼ା ଥାନା ଇଲାକା ରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ମିଳିତ ଚଢ଼ାଉ କରାଯାଇଛି। ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରା ଙ୍କ ନେତୃତ୍ୱରେ ଏବଂ ସୋରଡ଼ା ତହସିଲଦାର ତଥା ଏକଜୁକେଟିଭି ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ମିଶ୍ର ଓ ସୋରଡ଼ା ଥାନା ଅଧିକାରୀ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତ ରେ ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଡା,ଜୟସିଂ, ଗୋପାଳପୁର ଶାସନ , ମଠଖଳା ଓ ବଡ଼ପଣା ସାହି ଆଦି ସ୍ଥାନରେ ଚଢ଼ାଉ କରାଯାଇ ୧୧୫୦୫ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତି ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରାଯାଇଛି। ଏହି ସହିତ ୪୯୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯିବା ସହ ଏହି ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବାରୁ ୯ ଜଣଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ଅଭିଯାନ ରେ ଗଞ୍ଜାମ ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରା , ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ନିରୀକ୍ଷିକା, ସୋରଡ଼ା ଅବକାରୀ ଓଆଇସି , ବଡଗଡ଼ ଓ ସୋରଡ଼ା ପୋଲିସ ଓ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ ।