Thursday, November 12, 2026
Home ଆଞ୍ଚଳିକ ଭଞ୍ଜନଗର ରୁ ଭବାନୀପାଟଣା ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

ଭଞ୍ଜନଗର ରୁ ଭବାନୀପାଟଣା ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

79

ଭଞ୍ଜନଗର ,୨୩/୯(ଜିଲ୍ଲା ଖବର) : ଆଜି ରାତ୍ର ୧୦.୩୦ ମିନିଟ୍ ସମୟରେ ଭଂଜନଗର ରୁ ଭବାନୀପାଟଣା ଯାଉଥିବା ଖମ୍ବେଶ୍ବରୀ ନାମକ ଯାତ୍ରୀବାହୀ ବସ ଦୂର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏକ ବାଇକ୍ ଚାଳକ କୁ ରକ୍ଷା କରିବାକୁ ଯାଇ ବସ ଚାଳକ ଜଣକ ଭେଜିପୁଟ ନିକଟରେ ଥିବା ଗାଈ ଫାର୍ମ କାନ୍ଥ କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ବସ ଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ବସ୍ ଡ୍ରାଇଭର ଗୁରୁତର ହୋଇ ଥିବା ବେଳେ ତାଙ୍କୁ ଭଂଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।