Home ଆଞ୍ଚଳିକ ଯାତ୍ରୀଙ୍କ ଲଗେଜ୍ ଫେରାଇଲେ ଆରପିଏଫ୍ କର୍ମଚାରୀ

ଯାତ୍ରୀଙ୍କ ଲଗେଜ୍ ଫେରାଇଲେ ଆରପିଏଫ୍ କର୍ମଚାରୀ

36

ଜଟଣୀ,୨୨/୯(ଜିଲ୍ଲା ଖବର) : ଭୁବନେଶ୍ୱର ବଲାଙ୍ଗିର ସ୍ଵତନ୍ତ୍ର ଟ୍ରେରେ ଜଣେ ସା ଛାଡ଼ିଚାଲିଯାଇଥିବା ଲଗେଳକୁ ଖୋର୍ଦ୍ଧାରୋତ୍ ରେଳପଥରେ କାର୍ଯ୍ୟରତ ଜଣେ କର୍ମଚାରୀ ସତ୍ରୀଙ୍କ ଠିକଣା ଖୋଜି ଫେରାଇଛନ୍ତି । ତାଙ୍କର ଏପରି କାର୍ଯ୍ୟକୁ ପ୍ରସଂଶା କରାଯାଇଛି । ଭୁବନେଶ୍ବର- ବଲାଙ୍ଗିର ସ୍ପେଶାଲ ଟେରେ ଜଣେ ମହିଳା ଯାତ୍ରୀ ଯାଉଥିବାବେଳେ ଭୁବନେଶ୍ବର ରେଳ ଷ୍ଟେସନରେ ପାଣି ଆଣିବାକୁ ଓହ୍ଲାଇଥିଲେ । ମାତ୍ର ସେହି ସମୟରେ ଟ୍ରେନ୍‌ଟି ଛାଡ଼ିଦେଇଥିଲା। ତେବେ ଏ ନେଇ ଯାତ୍ରୀମାନେ ଟ୍ରେନ୍‌ରେ କାର୍ଯ୍ୟରତ ଆରପିଏଫଙ୍କୁ ଅବଗତ କରିଥିଲେ । ଆରପିଏଫ୍ ଜଣଙ୍କ ଉକ୍ତ ଯାତ୍ରୀଙ୍କ କୋଚ୍ ? ଡି-୫, ସିଟ ସଂ-୨୪ରେ ରହିଥିବା ଲଗେଜ୍ ସମନ୍ଧରେ ଆରପିଏଫ୍ ପୋଷ୍ଟର କର୍ମଚାରୀଙ୍କ ସହିତ ଆଲୋଚନା କରି ହେଲ୍ମ ଲାଇନ ୧୮୨ରେ ସୁରକ୍ଷା ନିୟନ୍ତ୍ରଣ ଖୋର୍ଦ୍ଧାରୋଡ୍‌କୁ ଅବଗତ କରିଥିଲେ । ଏ ନେଇ ଖୋଦ୍ଧରେରୁ ସୂଚନା ପାଇବାପରେ ଉକ୍ତ ମହିଳଯାତ୍ରୀଙ୍କ ବର୍ଥରୁ ୬ଟି ବ୍ୟାଗ ଉଦ୍ଧାର କରାଯାଇ ଯାତ୍ରୀଙ୍କ ଠିକଣା ଅନୁଯାୟୀ ଅନଗୁଳ ରେଳଷ୍ଟେସନକୁ ପଠାଯାଇଥିଲା । ପରେ ଲଗେଜଗୁଡ଼ିକ ଉପଯୁକ୍ତ ପ୍ରମାଣ ଆଧାରରେ ସଂପୃକ୍ତ ଯାତ୍ରୀଙ୍କୁ ଫେରଇ ଦିଆଯାଇଥିଲା । ଯାତ୍ରୀଙ୍କ ଉପସ୍ଥିତିରେ ଉଦ୍ଧାର ବ୍ୟାଗୁଡିକୁ

ଖୋଲାଯାଇଥିଲା । ଏଥିରେ ରହିଥିବା ୨ଟି ମୋବାଇଲ୍ ଫୋନ୍, ୨ଟି ଟଙ୍କାଭଉଁ ମନିପର୍ସ, ଜରୁରୀ ଦସ୍ତାବିଜ, ପୋଷାକପତ୍ର ଇତ୍ୟାଦି ସୁରକ୍ଷିତଭାବେ ଯାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ରେଳପଥର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ସମସ୍ତ ରେଳଯାତ୍ରୀମାନଙ୍କୁ ଅବଗତ କରିଛି ଯେ, କୌଣସି ଯାତ୍ରୀଙ୍କୁ ଟ୍ରେନରେ ଅସୁବିଧା ଦେଖାଦେଲେ ତୁରନ୍ତ ୧୮୨କୁ ଯୋଗାଯୋଗ କରିପାରିବେ। ଫଳରେ ତ୍ଵରିତ ସୁବିଧା ପାଇପାରିବେ।

ରିପୋର୍ଟ ସଞ୍ଜୀବ କୁମାର ।