
ଆସିକା,୨୨/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖରିଆ ଓ ଘଟକୁରୀ ଗ୍ରାମରେ ଥିବା ଜୁଆଆଡା ଉପରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ କରି ୧୬ ଜଣ ଜୁଆଖେଳାଳିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪୨, ୪୦୦ ଟଙ୍କା, ୧୪ଟି ମୋବାଇଲ ଓ ୨ ମୋଟର ସାଇକେଲକୁ ଜବତ କରିଛି ଆସିକା ପୋଲିସ l ଆସିକା ଥାନା କେସ ନଂ ୪୭୪/୨୦ ,୪୭୫/୨୦ ଅନୁଯାଇ ଗିରଫ ହୋଇଥିବା ଜୁଆଡି ମାନେ ହେଲେ ଧର୍ମେନ୍ଦ୍ର ଜେନା(୩୫), ସଞ୍ଜୟ ଜେନା(୪୩), କାଳିଆ ସ୍ୱାଇଁ(୨୬), ବରୁଣ ମହାନ୍ତି(୨୩), ଦୀପକ କୁମାର ଜେନା(୨୮), ସୁଦର୍ଶନ ଜେନା(୩୫), ଅକ୍ଷୟ ମହାନ୍ତି(୨୧), ବସନ୍ତ ନାହାକ(୨୬), ବିଭୁତି ଭୂଷଣ ଜେନା(୩୪), ଶଙ୍କର ପ୍ରଧାନ(୨୬), ଲକ୍ଷ୍ମଣ ଜେନା(୩୩), ବାବୁଲି କୁମାର ଜେନା(୨୫), କାଶୀନାଥ ବିଶ୍ୱାଳ(୩୫), ଅରୁଣ ଜେନା(୨୮), ନୀଳକଣ୍ଠ ବାରିକ(୪୪), ବିଷ୍ଣୁ ପ୍ରଧାନ (୨୭) ପ୍ରମୁଖ l ଖବର ପାଇ ଆସିକା ପୋଲିସ ଜୁଆ ଆଡା ଉପରେ ଚଢ଼ାଉ କରି ୧୬ ଜଣ ଜୁଆଖେଳାଳିକୁ ଗିରଫ କରିଥିବାର ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି l



