
କେଉଁଝର,୨୨/୯(ଜିଲ୍ଲା ଖବର) : କେଉଁଝର ଜିଲ୍ଲା ପବ୍ଲିକ ରାଇଟ୍ସ ଆସୋଶୋସିଆନ ପକ୍ଷରୁ ଘସିପୁର ଓ ଆନନ୍ଦପୁର ଆନୁକୂଲ୍ୟରେ ପୋଡାଖମଣ ଗ୍ରାମରେ ମଦ ବିରୋଧରେ ସଚେତନ ଶିବିର l ଏଥିରେ ନିଶା ବିରୋଧରେ ପୁରୁଷ ଓ ନାରୀ ମାନଙ୍କୁ ସଚେତନ କରିବା ସହ ନାରୀ ଶକ୍ତିର ସଶକ୍ତି କରଣ ଉପରେ ଆଲୋଚନା କରା ଯାଇଥିଲା l ଏହି ନିଶା ବିରୋଧୀ ସଚେତନରେ ପବ୍ଲିକ ରାଇଟ୍ସ ଆସୋଶୋସିଆନର ଘସିପୁରା ବ୍ଲକ ସଭାପତି ଚିନ୍ମୟ କୁମାର ସା, ଜେନେରାଲ ସେକ୍ରେଟାରୀ ସୁରଥ ଚନ୍ଦ୍ର ସା, ସଭାନେତ୍ରୀ ପ୍ରଭାତୀ ବେହେରା, ଆନନ୍ଦ ପୁର ବ୍ଲକ ସଭାପତି ବିଭୁତି ଭୂଷଣ ମାଝୀ ଉପସ୍ଥିତ ଥିଲେ l



