Wednesday, October 14, 2026
Home ଆଞ୍ଚଳିକ ଲିଟୁ ପଟ୍ଟନାୟକ ଙ୍କ ଦେହାନ୍ତ ରେ ବାଳିଗୁଡ଼ାରେ ଶୋକର ଛାୟା

ଲିଟୁ ପଟ୍ଟନାୟକ ଙ୍କ ଦେହାନ୍ତ ରେ ବାଳିଗୁଡ଼ାରେ ଶୋକର ଛାୟା

280

ବାଲିଗୁଡା,୨୨/୯( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ପୁରୁଣା ସାମ୍ବାଦିକ ଲିଟୁ ପଟ୍ଟନାୟକ ଙ୍କ ଦେହାନ୍ତ ହୋଇଛି | ମାସ ମାସ ଧରି ଜନସାଧାରଣ ବହୁ ସତର୍କତା ଅବଲମ୍ବନ କରିଥିଲେ ହେଁ କରୋନା ର ଉଗ୍ରରୂପ ରୁ ବର୍ତ୍ତିବା ଅସମ୍ଭବ ହୋଇ ପଡିଛି |ଉଜୁଡି ଯାଉଛି ପରିବାର ର ମେରୁଦଣ୍ଡ | ସେହିପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ାରେ ରହୁଥିବା ନିଳୟ ରଞ୍ଜନ ପଟ୍ଟନାୟକ(ଲିଟୁ ଭାଇ ) ଙ୍କ ପରିବା ରେ କାରଣ ସେ ଆଉ ନାହାନ୍ତି ଏକ ମାସ ହେବ ସେ ପ୍ରଥମେ କିମ୍ସ ରେ ଚିକିତ୍ସିତ ହୋଇଥିଲେ ଆଉ ଏବେ aims ହସ୍ପିଟାଲ ରେ ସେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି | ସେ ଏକାଧାରରେ ଜଣେ ସାମ୍ବାଦିକ ଓ ସମାଜିକ କର୍ମୀ, ଚିତ୍ରକର, ଭାବେ ବିଭିନ୍ନ ସଂଗଠନ ସହ ଜଡିତ ଥିଲେ |ତାଙ୍କର ବିୟୋଗ ରେ ବାଲିଗୁଡା ଶୋକ ର ଛାୟା ଖେଳିଯାଇଛି |

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ ।