Saturday, November 14, 2026
Home ଆଞ୍ଚଳିକ ହନୁମନ୍ତପୁରୁ ନିରଞ୍ଜନଙ୍କ ଘରେ ବିଦ୍ୟୁତ୍ ଵୋର୍ଡରୁ ନିଆଁ ବାହାରୀ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ଜଣେ...

ହନୁମନ୍ତପୁରୁ ନିରଞ୍ଜନଙ୍କ ଘରେ ବିଦ୍ୟୁତ୍ ଵୋର୍ଡରୁ ନିଆଁ ବାହାରୀ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ଜଣେ ଗୁରୁତର

54

ମୁନିଗୁଡା,୨୧/୯(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ହନୁମନ୍ତପୁରୁ ପଞ୍ଚାୟତ ସଦର ମହକୁମାରେ ଆଜି ପୂର୍ବାହ୍ନ 11ଘଣ୍ଟା ସମୟରେ ନିରଞ୍ଜନ ମୁଗୁଲି ଙ୍କ ଘରେ ଇଲେକ୍ଟ୍ରି ଵୋର୍ଡରୁ ନିଆଁ ବାହାରୀ ଲକ୍ଷାଧିକ ଟଙ୍କାର, ସମ୍ପତ୍ତି ନଷ୍ଟ ହେବା ସହ ସ୍ବାମି ସ୍ତ୍ରୀ ଦୁଇଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ଘରୋଇ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ହେଉଛନ୍ତି ।ଏଭଳି ଅଭାବନୀୟ ଘଟଣା ପାଇଁ ଗ୍ରାମବାସୀ ସମେତ ଦୁଃଖିତ। ସୂଚନା ମୁତାବକ ହନୁମନ୍ତପୁରୁ ମେନ୍ ରୋଡ କଡରେ ନିରଞ୍ଜନ ମୁଗୁଲି କପଡା ଓ ଟେଲର ଦୋକାନ କରିବା ସହ ନିଜର ପରିବାର ସହିତ ସେହି ଘରେ ରହୁଥିଲେ। ଆଜି ପ୍ରାୟ ପୂର୍ବାହ୍ନ 11 ଘଟିକା ସମୟରେ ମୁଗୁଲି ଟେଲର କାମ କରୁଥିବା ବେଳେ ଇଲେକ୍ଟ୍ରି ବୋର୍ଡରୁ ନିଆ କେତେବେଳେ ବାହାରୀ କପଡା ଆଦି ଜଳିବା ସହିତ ବିକ୍ରି ପାଇଁ ଥିବା ପେଟ୍ରୋଲରେ ନିଆ ଲାଗି ଜଳିବାରୁ ଧୂଆଁ ବାହାରିଵା ଦେଖି ନିରଞ୍ଜନ ଲୋକମାନଙ୍କୁ ଡାକପକାଇଥିଲେ ,କିଛି ଯୁବକ ସାହାସର ସହିତ ସବଷ୍ଟେସନରୁ ଲାଇନ କୁ କାଟିଦେଇଥିଲେ। ଲୋକମାନଙ୍କ ସହ ଶ୍ରୀ ମୁଗୁଲି ଓ ତାଙ୍କ ସ୍ତ୍ରୀ ସୁବାସୀନୀ ପୋଡିଯାଉଥିବା ଆସବାବ ପତ୍ର ବୋହିବାଭିତରେ ନିରଞ୍ଜନଙ୍କ ଗୋଡ
ଓ ସ୍ତ୍ରୀ ଙ୍କ ଶରୀରରେ କିଛି ପୋଡିଯାଇଛି। ଏତଦ୍ ଵ୍ୟତୀତ ଟେଲର ମେସିନ୍, ଟିଭି, ଫ୍ରୀଜ୍, କୁଲର, ପେଟ୍ରୋଲ, ଡିଜେଲ ଆଦି ପୋଡିଯାଈ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ମୁନିଗୁଡା ମିଳିତ ସାମ୍ବାଦିକ ସଙ୍ଘ ସଦସ୍ୟମାନେ ପହଞ୍ଚି ଖଵର ସଂଗ୍ରହ କରିବା ସମୟରେ ଗ୍ରାମବାସୀମାନେ କହିଥିଲେ। ଖବର ପାଇ ସରପଞ୍ଚ କାଉମୁନୀ ଶବର ଘଟଣା ସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ପଞ୍ଚାୟତ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା ସହ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣି ଅଧିକ ସହାୟତା ପାଇଁ ଚେଷ୍ଟା କରିବାକୁ ସରପଞ୍ଚ ପ୍ରତିଶୃତି ଦେଇଥିଲେ। ରାଜସ୍ବ ନିରୀକ୍ଷକ ଶ୍ରୀ ଵାପୁନୁ ବେହେରା ଘଟଣା ସ୍ଥଳରେ ପହଞ୍ଚି ପୋଡିଯାଇଥିବା ସମ୍ପର୍କରେ ଵିଷଦ ଵିଵରଣୀ ଚନ୍ଦ୍ରପୁରୁ ତହସିଲଦାରଙ୍କ ନିକଟରେ ଦାଖଲ କରିଛନ୍ତି। ଏତେ ସମୟ ଵିତିଯାଇଥିଲେ ମଧ୍ୟ ବିଡିଓ ଓ ଵିଦ୍ବ୍ଯତ ବିଭାଗର କୌଣସି କର୍ମଚାରୀ ଙ୍କ ଦେଖା ନ ଥିଵାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରିପୋର୍ଟ ପ୍ରସନ କୁମାର ପଣ୍ଡା ।