
କବିସୂର୍ଯ୍ୟନଗର,୨୧/୯(ଜିଲ୍ଲା ଖବର) : ସ୍ବର୍ଗତ କୁମର ପାରୀ ସରପଞ୍ଚ ଶ୍ରୀ ପ୍ରଶାନ୍ତ ତାରିଣୀଙ୍କ ଦଶାହରେ କବିସୂର୍ଯ୍ୟନଗର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରଞ୍ଜନ ପଲେଇ ଯୋଗ ଦେଇ ସ୍ୱର୍ଗତ ପ୍ରଶାନ୍ତ ତାରିଣୀଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ l ପ୍ରଥମେ ସ୍ୱର୍ଗତ ଶ୍ରୀ ତାରିଣୀଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପାର୍ଥନା କରାଯାଇଥିଲା ଏବଂ ତାଙ୍କର ସେଇ ଅଭୁଲା ସ୍ମୁତିକୁ ମନେପକାଇ ଲୋକମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ତାଙ୍କର ଏହି ସ୍ମୁତିଚାରଣ ଶୋକ ସଭାରେ କବିସୂର୍ଯ୍ୟନଗର ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରଞ୍ଜନ ପଲେଇ, ହରିହର ପଣ୍ଡା, ଅଙ୍ଗାର ଗାଁ ମଣ୍ଡଳ ସଭାପତି ନିରଞ୍ଜନ ସ୍ୱାଇଁ, ବାଞ୍ଛାନିଧି ରାଉତ, କୋଦଳା ମଣ୍ଡଳ ସଭାପତି ମଧୁସୂଦନ ଜେନା, ଭଗବାନ ସ୍ୱାଇଁ, ଯୁବନେତା ରମାକାନ୍ତ ଦୋରା ପ୍ରମୁଖ ଯୋଗ ଦେଇଥିଲେ l


