
ଜଟଣୀ,୨୧/୯(ଜିଲ୍ଲା ଖବର) : ପୃଥିବୀ ପୃଷ୍ଠରେ ମଣିଷ ହେଉ ବା ଜିବଯନ୍ତୁ ସେମାନଙ୍କୁ ସେବା ଯୋଗାଇବାରେ ଯେଉଁ ସନ୍ତୁଷ୍ଟି ମିଳିଥାଏ, ତାହା ଆଉ କୌଣସି ଉପାସନା କିମ୍ବା ସାଧନାରେ ମିଳିଥାଏ । ସେବା ବିଭିନ୍ନ ବର୍ଗର ହୋଇଥାଏ । ଯିଏ ଯେଉଁରୁପରେଯୋଗାଇଦେଇପାରିବ ଏବଂ ସେଥିରେ ସହଯୋଗପାଇଥିବା ବ୍ୟକ୍ତିର ଆସାରୁ ମିଳୁଥିବା ଆଶିର୍ବାଦ ହିଁ ଶ୍ରେଷ୍ଠ ସେବା ବୋଲି , ଓଡିଶାର ପ୍ରମୁଖ ସେଛାସେବୀ ସଂଗଠନ ଛବିରାଣୀ ଫାଉଣ୍ଡେସନର ପ୍ରଥମ ବାର୍ଷିକୋତ୍ସବରେ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସୌଭାଗ୍ୟ ଲେଙ୍କା କହିଛନ୍ତି । ଅନୁଷ୍ଠାନର ସଭାନେତ୍ରୀ ଡାକ୍ତର ଜ୍ୟୋତି କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଶ୍ରୀମତି କର ସେବା ଓ ସମାଜ ଭିତିକ ଏକ ଆଲୋଚନାରେ କହିଥିଲେ ଯେ, ମୋ ଜିବନରେ ହଜାର ହଜାର ଗରୀବ ଅସହାୟ ରୋଗୀଙ୍କ ଚିକିତ୍ସା କରିଆସିଛି । ଯେବେ ଗରୀବ ଅସହାୟମାନଙ୍କ ସହିତ ଯୋଡି ହେଲି ସେବେଠାରୁ ସେମାନଙ୍କ ଭଳି ପ୍ରତ୍ୟେକ ଗରୀବ ଅସହାୟରୋଗୀମାନଙ୍କର ସେବା ବିନା ଦେୟରେ କରିଚାଲିଛି । ମୁଁ ନୁହେଁ ଆମ୍ଭେମାନେ କରିଥିବା ଏହି ଛବିରାଣୀ ଫାଉଣ୍ଡେସନ ବିଭିନ୍ନ କ୍ଷେତ୍ରରେ ଗରୀବ ଅସହାୟମାନଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସେ ସଙ୍କଳ୍ପବଦ୍ଧ ହୋଇଛି ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଛବିରାଣୀ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଅଂଚଳରେ ଉନ୍ନୟନ କାର୍ଯ୍ୟ ହେବାପରେ ଏଥିରେ ବିମୋହିତ ହୋଇ ଅହଲ୍ୟ ଫାଉଣ୍ଡେସନ.ସୁଭଚିନ୍ତନ ଓଡିଶା,ଜ୍ୟୋର୍ତିମୟୀ ଫାଉଣ୍ଡେସନ ଓ ଏପି ସ୍କାଇଲ ପ୍ରଭୃତି ସାମିଲ ହୋଇଥିଲେ । ଫଳରେ ଏହି ସଂଗଠନକୁ ମଜବୁତ କରିବାଲାଗି ୪ଟି ଫାଉଣ୍ଡେସନ ମିଳିତଭାବେ କାର୍ଯ୍ୟାରମ୍ଭ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ଛବିରାଣୀ ଫାଉଣ୍ଡେସନର ରାଜ୍ୟ ସଭାନେତ୍ରୀ ଅନୁସୟା ପରିତା, ମୂଖ୍ୟ ଉପଦେଷ୍ଟା ସଂଜିବ ମିଶ୍ର,ଉପଦେଷ୍ଟା ନରୋତମ ଦାସ, ଷ୍ଟେଟ କୋଡ଼ିନେଟର ସତ୍ୟ ପ୍ରକାଶ ଦାଶ, ମହିଳା ଉପଦେଷ୍ଟା ଲିନୁ ମିଶ୍ର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଜିବ କୁମାର ଦାସ. ତାରିଣୀ ପ୍ରସାଦ ତ୍ରିପାଠୀ.ପ୍ରମିଳା ଓଝା, ଗୋଲାପ ସିଂ ବାସୁଦେବ ସେଠୀ, ସଂଜିବ ସେଠ.ସୌଭାଗ୍ୟ ସାଇଁ ଭାରତୀ ସାଇଁ, ପ୍ରଦୀପ କୁମାର ଝୁଟିଆ, ବୁଲୁ ଲେଙ୍କା, ଘଦିପ ଝୁଟିଆ, ଓମ ପ୍ରକାଶ ସାହାଣୀ ଏବଂ ବଟକୃଷ୍ଣ ପରିଡା ପ୍ରମୁଖ ଯୋଗଦେଇ ନିଜନିଜର ଗାୟିତ୍ବ ଗ୍ରହଣ କରିଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।





