
ଜଟଣୀ,୨୧/୯(ଜିଲ୍ଲା ଖବର) : ଖୋର୍ଦ୍ଧାଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେପ୍ଟେମ୍ବର ମାସରେ ଏବେ ଘରେ ଘରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜ୍ବର ହେଲାଣି । ଜଟଣୀର ବିଭିନ୍ନ ଅଂଚଳର ଘରେ ଘରେ ଜ୍ବର ସାଙ୍ଗକୁ କାଶ ଭଳି ଭାଇରାଲ ରୋଗ ବ୍ୟାପିବାରେ ଲାଗିଛି । ଫଳରେ ଲୋକମାନଙ୍କ ମଧ୍ୟରେ କରୋନା ଆତଙ୍କ ସୃଷ୍ଟି ହେଲାଣି । ଅନ୍ୟପଟେ କରୋନାଭୟରେ ଲୋକମାନେ ଚିକିତ୍ସାଲାଗି ହସ୍ପିଟାଲ ଆସିବା ପରିବର୍ତ୍ତେ ଔଷଧ ଦୋକାନରୁ ରୋଗୀ ଔଷଧଖାଉଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ସୁଚନା ମିଳିଛି । କାରଣ ଯେଉଁ ଦୂରରେ ପୁର୍ବେ ଜଟଣୀ ଗୋଷ୍ଠିସାସ୍ଥ୍ୟ କେନ୍ଦ୍ରକୁ ରୋଗୀମାନେ ଆସୁଥିଲେ ସେହି ଅନୁପାତରେ ଏବେ ଘରେଘରେ ରୋଗ ବ୍ୟାପିବାପରେ ମଧ୍ୟ ଲୋକେ ହସ୍ପିଟାଲକୁ ଆସୁନାହାନ୍ତି । ବିଶେଷଭାବେ ଏବେ ପ୍ରାୟତଃ ଔଷଧ ଦୋକାନଗୁଡିକରେ ରୋଗୀଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଅଧିକାଂଶ ଜ୍ବରରୋଗୀମାନେ ଆସୁଥିବା କେତେକ ଔଷଧ ବ୍ୟବସାୟୀମାନେ ମଧ୍ୟ ସୀକାର କରୁଛନ୍ତି । ଜଟଣୀ ଗୋଷ୍ଠିସାସ୍ଥ୍ୟ କେନ୍ଦ୍ରରେ ଗତ ଏକ ସପ୍ତାହ ମଧରେ ମାତ୍ର ୨୦୦ରୁ କମ୍ ରୋଗୀ ଚିକିତ୍ସା ପାଇଁ ଆସିଥିବା ରିପୋର୍ଟରୁ ଜଣାପଡିଛି । ମହାମାରୀ କରୋନା ସଂକ୍ରମଣ ବ୍ୟାପିବା ପୁର୍ବରୁ ଗୋଟିଏ ଦିନରେ ୨୦୦ରୋଗୀ ଚିକିସାଲାଗି ଆସୁଥିବା ମେଡିକାଲ ସୁତ୍ରରୁ ଜଣାପଡିଛି । ସେପ୍ଟେମ୍ବରରେ ଏପ୍ରିଲମାସଭଳି ଖରା ହେଉଛି । ଘରୁ ବାହାରିବା କଷ୍ଟକର ହେଉଛି । ଯଦି ବାହାରକୁ ଯାଉଛନ୍ତି ତେବେ ଫେରିବାପରେ ଦେହ ଅସୁସ୍ଥ ଅନୁଭବ ହେଉଛି । ପ୍ରବଳଖରା ସାଙ୍ଗକୁ ମଝିରେ ମଝିରେ ଅସରାଏ ଦିଅସରାଏ ବର୍ଷା ବି ହୋଇଯାଉଛି । ତେଣୁ ପରିବେଶରେ ବ୍ୟତିକ୍ରମ ତଥା ପାଣିପାଗ ପରିବର୍ତ୍ତନ ହୋଇ ଲୋକମାନେ ସାଧାରଣତଃ ରୋଗାକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି । ତେଣୁ ଏହି ରୋଗ ସେତେଟା ଭୟଙ୍କର ଭାବି ଲୋକମାନେ ଔଷଧ ଦୋକାନୀଙ୍କୁ କହି ଆଣୁଛନ୍ତି । ହେଲେ ବର୍ତମାନ ସମୟରେ ଲୋକମାନେ ଲୋକମାନଙ୍କର କୌଣସି ରୋଗର ଲକ୍ଷଣ ଦେଖିଲେ ତାଙ୍କଠାରୁ ଦୂରେଇ ଯାଉଛନ୍ତି । ସାଧାରଣତଃ କାଶ,ଢ଼ର ଓ ଥଣ୍ଡା ହେଲେ ମହାମାରୀ କରୋନାର ଛନକା ପଶିଯାଉଛି । ଯଦି କାଶ ବା ଜ୍ବର ୨/୪ ଦିନଲାଗି ରହୁଛି ତେବେ କରୋନା ହୋଇଗଲା ବୋଲି ଭାବିନେଉଛନ୍ତି । ଏପରିକି କରୋନା ଟେଷ୍ଟପାଇଁ ଅଳିକରି ପଠାଇବାପରେ ଉକ୍ତ ବ୍ୟକ୍ତିର ହସ୍ପିଟାଲରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ପାଖପଡୋଶୀ ଅର୍ଜୁଆଭଳି ବ୍ୟବହାର କରୁଛନ୍ତି । ଖୋର୍ଦ୍ଧାଜିଲାରେ ଆଶାତିତଭାବେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ଜିଲା.ବୃକ ଓ ପୌରପ୍ରଶାସନ ପକ୍ଷରୁ ବାରମ୍ବାର କରୋନା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ବସୁଛି । ପ୍ରତି ବୈଠକରେ ଜରୋନାକୁ ହରାଇବାଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି । ହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ନା ଧରୁନାହିଁ । କଟଣୀ ସହରାଳରେ ଆଜିସୁଧା ୩୭୪ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଲୋକମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହେଲାଣି । ଜଟଣୀର ସହରାଳ ଓ ଗ୍ରାମାଳରେ ଆଜି ସୁଧା ୭୪୮ଜଣ କରୋନା ସମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ଷଣଥିବା ୧୧୧ଜଣଙ୍କର ଆଜି ଅଟିଜେନହାକପଥ) ଟେଷ୍ଟପାଇଁ ଯାଇଥିବା ବେଳେ ଆଟିଫିସିଆରଗଳାପଥ) ୨୦ଜଣଙ୍କର ଟେଷ୍ଟପାଇଁ ଯାଇଛି । ଏହାର ରିପୋର୍ଟ ଆସିବାପରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଜଟଣୀର ଗ୍ରାମାଳ ଅପେକ୍ଷା ସହରାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାପରେ ଲୋକେ ଦୋକାନବଜାରକୁ ସେତେଟା ଆସୁନାହାନ୍ତି । ଫଳରେ ବ୍ୟବସାୟୀମାନେ ହାତବାନ୍ଧି ବସିଗଲେଣି । ଲୋକେ ସଚେତନତା ଅବଲମ୍ବନ କରୁଥିବା ବେଳେ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ମାନ୍ଦାବସ୍ଥାରେ ରହିଛି ।
ରିପୋର୍ଟ ସଞ୍ଜୀବ କୁମାର ।



