Saturday, November 14, 2026
Home ଆଞ୍ଚଳିକ ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ବିଜେପିର ସେବା ...

ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ବିଜେପିର ସେବା ସପ୍ତାହ ପାଳନ

60

କବିସୂର୍ଯ୍ୟନଗର,୨୦/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ବିଜେପିର ସେବା ସପ୍ତାହ ପାଳନ କରା ଯାଇଛି l
ଏହି ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଶ୍ରୀ ରଞ୍ଜନ ପଲେଇ, ଶ୍ରମିକ ମୋର୍ଚ୍ଚା ସଭାପତି ଶ୍ରୀ ରାଜେନ୍ଦ୍ର ନାୟକ, ମଣ୍ଡଳ ସଭାପତି ଅଶୋକ ସାହୁ, ରାମ ମହାରଣା, ଡକ୍ଟର କଂଗ୍ରେସ ପ୍ରଧାନ, ଯୁବନେତା ରମାକାନ୍ତ ଦୋରା, ରାଜେଶ ତ୍ରିପାଠୀ ପ୍ରମୁଖ ବିଜେପି ନେତା ଯୋଗ ଦେଇ ମାଗଣା ଚକ୍ଷୁ ଶିବିର ମାଧ୍ୟମରେ କବିସୂର୍ଯ୍ୟନଗର ଅଂଚଳର ଲୋକ ମାନଙ୍କ ମାଗଣା ଚକ୍ଷୁ ପରୀକ୍ଷା କରିବା ସହ ଔଷଧ ଓ ଚଷମା ବଣ୍ଟନ କରିଥିଲେ l