Saturday, November 14, 2026
Home ଆଞ୍ଚଳିକ ମା ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ଓନୋରସ୍ ଆସୋସିଏସନର ବାର୍ଷିକ ସାଧାରଣ ଅଧିବେଶନ

ମା ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ଓନୋରସ୍ ଆସୋସିଏସନର ବାର୍ଷିକ ସାଧାରଣ ଅଧିବେଶନ

82

ଛତ୍ରପୁର ୨୦/୯ (ଜିଲ୍ଲା ଖବର) : ମା ଦକ୍ଷିଣକାଳୀ ଟ୍ରାନ୍ସପୋର୍ଟ ଓନୋରସ୍ ଆସୋସିଏସନ୍ ର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ସଭାପତି ତଥା ଯୁବନେତା ଟି. ଚନ୍ଦ୍ରଶେଖର ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସୋସିଏସନ୍ ର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରାଯାଇଥିଲା । ଆସୋସିଏସନ୍ ତରଫରୁ କୁହାଯାଇଛି ଯେ ଆସୋସିଏସନ୍ ର ସମସ୍ତ ଗାଡ଼ି ଗୁଡ଼ିକ ଜାତୀୟ ରାଜପଥରେ ନରଖି ଆସୋସିଏସନ୍ ର ନିଜସ୍ୱ ପାର୍କିଂ ସ୍ଥାନରେ ରଖିବେ । ଏହା ସହିତ ମାଲିକ ମାନେ ନିଜ ନିଜ ଗାଡ଼ି ଡ୍ରାଇଭର ମାନଙ୍କୁ କୋଭିଡ୍ ନିୟମ ମାନି ଚଳିବା ନିମନ୍ତେ ସଚେତନା କରିବା ସହ ଡ୍ରାଇଭର ମାନେ ସାନିଟାଇଜର ଓ ମାସ୍କ ବ୍ୟବହାର କରିବାକୁ ଗୁରୁତ୍ୱାରୋପ କରାଯାଇଛି । ସରକାରଙ୍କ ବିଭିନ୍ନ ଗାଇଡ୍ ଲାଇନ୍ ନିୟମ ଅନୁସାରେ ଗାଡ଼ି ମାଲିକ ମାନେ ଶୃଙ୍ଖଳାର ସହ ଗାଡ଼ି ଗୁଡ଼ିକ ଚଲାଇବା ନିମନ୍ତେ କୁହାଯାଇଛି । ଏହି ବୈଠକରେ ଆସୋସିଏସନ୍ ର ସମ୍ପାଦକ ଅହିଭୂଷଣ ସାହୁ ( ବାବୁଲି), ସହ ସମ୍ପାଦକ ଉମା ଚରଣ ସାହୁ, କୋଷାଧ୍ୟକ୍ଷ ଅଙ୍ଗଦ ବିଶ୍ୱାଳ , କାର୍ଯ୍ୟକାରୀ ସଦସ୍ୟ ଅଶ୍ୱିନି ବିଶ୍ୱାଳ, କେ. ନାଗେଶ୍ୱର ରାଓ, ସୁରେନ୍ଦ୍ର ସେଠୀ, ବିଜୟ ନାୟକ, ଡିି. ବଳରାମ ରେଡ୍ଡିଙ୍କ ସମେତ ବହୁ ମାଲିକ ମାନେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ରିପୋର୍ଟ ଅଶୋକ କୁମାର ବେହେରା ।