Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀକୁଟି ପଂଚାୟତ ୫୯ନଂ ଜାତୀୟ ରାଜପଥ ର ଡଙ୍ଗେରୀ...

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀକୁଟି ପଂଚାୟତ ୫୯ନଂ ଜାତୀୟ ରାଜପଥ ର ଡଙ୍ଗେରୀ ଛକ ନିକଟରେ ସଡକ ଦୁର୍ଘଟଣା

181

ବାଲିଗୁଡା ,୨୦/୯ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ରେ ଗତକାଲି ରାତି ପ୍ରାୟ ୯ଟା ସମୟରେ କିରିକୁଟୀ ଅଞ୍ଚଳରୁ ଦୁଇଜଣ ଯୁବକ ଗୋଟିଏ ଘୁଷୁରୀ ନେଇ ସିମନବାଡ଼ି ଆଡ଼କୁ ଯାଉଥିବାବେଳେ ବିପରୀତ ଦିଗରୁ ଦୃତଗତିରେ ଆସୁଥିବା ଏକ ସ୍କର୍ପିଓ କିରିକୁଟୀ ନିକଟ ଡଙ୍ଗେରୀ ଛକରେ ମୋଟରସାଇକେଲ କୁ ଧକ୍କା ଦେଇଥିଲା । ଏବଂ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ କୁ ଡକାଇବାପରେ ସମ୍ପୃକ୍ତ ଆମ୍ବୁଲାନ୍ସ କର୍ମଚାରୀ ଗୋଟିଏ ଶବ ନେବି ଏବଂ ଅନ୍ୟଟି କୁ ନେବାପାଇଁ ମନା କରିବାରୁ ଉତ୍ତେଜନା ବଢ଼ିଥିବା । ଘଟଣାସ୍ଥଳରେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା ସୁଦ୍ଧା ଲୋକେ ଅଡ଼ି ବସିଥିଲେ କ୍ଷତିପୂରଣ ଦାବିରେ। ପରେ ବାଲିଗୁଡ଼ା ଏସଡିପିଓ ମାନସ କୁମାର ବାରିକ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଆଜି ସକାଳ ପ୍ରାୟ ୮ଟା ସମୟରେ ପୋଲିସ୍ ସହାୟତାରେ ଶବ ଉଠାଇ ବ୍ୟବଛେଦ ନିମନ୍ତେ ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇ ସ୍କର୍ପିଓ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଉଥିବା ବେଳେ ଖବର ପାଇ କ.ନୂଆଗାଁ ପୋଲିସ୍ ଗୁଞ୍ଜି ଗାଁ ନିକଟରେ ଗାଡ଼ି ଜବତ କରିବାସହ ଡ୍ରାଇଭରକୁ ଆଣି ଥାନାରେ ଅଟକ ରଖିଛି । ହେଲେ କେଉଁ କାରଣରୁ ଦୁଇଟି ଶବ ନେବାକୁ ମନା କରିଥିଲେ ସମ୍ପୃକ୍ତ ଆମ୍ବୁଲାନ୍ସ କର୍ମଚାରୀ । ଯାହାଫଳରେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଲା ଏହା ତଦନ୍ତ ସାପେକ୍ଷ । ଅନ୍ୟପଟେ ଦୃର୍ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।ମୃତକ ଦୁଇ ଜଣ ପର୍ତ୍ତମାହା କିଡ୍ରାମାଲା ଗ୍ରାମର ପ୍ରକାଶ ପ୍ରଧାନ ଓ ମିଲୁ ପ୍ରଧାନ ବୋଲି ଜଣାପଡ଼ିଛି ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।