
ବାଲିଗୁଡା,୨୦/୯ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି ଏମ ଭି କ୍ରିଷ୍ଣ। ରାଓଙ୍କ ଦେହାନ୍ତ ହେବାର ଖବର ମନରୁନ ଲିଭୁଣୁ କାଲି ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଲା।ସମସ୍ତଙ୍କର ଅତି ପ୍ରିୟ ସୁରେଶ ଭାଇ ଆଉ ନାହାନ୍ତି। ସେ ଗତକାଲି ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଆଇନଜୀବୀ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁରେଶ ଭାଇ କେବଳ ଫୁଲବାଣୀ ନୁହେଁ,ସାରା ରାଜ୍ୟରେ ଭିଜିଲାନ୍ସ ସ୍ପେଶାଲ୍ ପି.ପି ଭାବରେ ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ।ସେଥିପାଇଁ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହାରେ ପୁରସ୍କାର ପ୍ରଦାନ କରିଥିଲେ।ତତ୍ ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ସହ ସମ୍ପୃକ୍ତ ରହି ସର୍ବଦା ସହଯୋଗର ହାତ ବଢ଼ାଇ ଆସିଥିବା ସୁରେଶ ଭାଇଙ୍କ ଦେହାନ୍ତରେ ସମସ୍ତେ ମର୍ମାହତ ହୋଇଛନ୍ତି |ଫୁଲବାଣୀ ଆଇନଜୀବୀ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବରେ ତାଙ୍କର ଭୂମିକା ଅନନ୍ୟ।ତାଙ୍କର ବିୟୋଗ ଖବରରେ ସମସ୍ତ ଆଇନଜୀବି ଓ ତାଙ୍କର ଅମର ଆତ୍ମାଙ୍କ ସଦଗତି ପାଇଁ ସମବେଦନା ଜଣାଇଛନ୍ତି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



