
ଧରାକୋଟ,୨୦/୯(ଜିଲ୍ଲା ଖବର) : ଆଗରୁ ଆମେ ଆମର ଚାନେଲ ମାଧ୍ୟମରେ ଖବର ପ୍ରସାରଣ କରିଥିଲୁ କିଭଳି ଭାବେ ଧରାକୋଟ କୁଶଗୁମାରେ ଦୁଇ ପ୍ରାଣୀର କୁଟୁମ୍ବ କବିଗୌଡ଼ ଓ ତାଙ୍କ ସ୍ତ୍ରୀ ଗୋଲାପ ଅସହାୟ ଅବସ୍ଥାରେ କାଳ କାଟୁଥିଲେ l କେବଳ ସେତିକି ନୁହେଁ ଦୀର୍ଘ ଚାରି ବର୍ଷ କବି ଗୌଡ଼ ଏକ ଅଜଣା ରୋଗରେ ପୀଡିତ ଥିବା ବେଳେ ଅର୍ଥ ଅଭାବ ଯୋଗୁଁ ତାଙ୍କର ଚିକିତ୍ସା ହୋଇ ପାରୁନଥିଲା l ଏହାକୁ ନେଇ ଆମ ଚାନେଲରେ ଖବର ପ୍ରସାରଣ ହେବା ପରେ କାହ୍ନା ଚାରିଟେବଲ୍ ଟ୍ରଷ୍ଟର କିଛି ବଦାନ୍ୟ ବ୍ୟକ୍ତି ତାଙ୍କୁ ଆଜି ସାହାଯ୍ୟ ଓ ସହଯୋଗର ହାତ ବଢ଼େଇ ଥିଲେ l
କାହ୍ନା ଚାରିଟେବଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର, ଉପପ୍ରତିଷ୍ଠାତା ବିଷ୍ଣୁପ୍ରିୟା ମହାପାତ୍ର, ସଭାପତି ପ୍ରଣବ କୁମାର ପଣ୍ଡା, କାହ୍ନା ଚାରିଟେବଲ୍ ଟ୍ରଷ୍ଟର ପ୍ରମୁଖ ସଭ୍ୟ ଓ ସଭ୍ୟା କଳ୍ପନା ନାୟକ, ସୁଭାଷିନୀ ପଟ୍ଟନାୟକ, ଅଶୋକ ପାଣିଗ୍ରାହୀ, ରବୀନ୍ଦ୍ର ନାଥଙ୍କ ଉପସ୍ଥିତିରେ
କବିଗୌଡ଼ଙ୍କ ପରିବାରକୁ ଦୁଇ ମାସର ରାସନ ସାମଗ୍ରୀ ସହ ଦୁଇ ବସ୍ତା ଚାଉଳ, ଆବଶ୍ୟକ ଔଷଧ, ଓ ଶାଢ଼ୀ, ଲୁଗା, ଲୁଙ୍ଗି କମଳ ଚାଦର ଗାମୁଛା ଇତ୍ୟାଦି ପ୍ରଦାନ କରିଛନ୍ତି l ଏଭଳି ଏକ ଅସହାୟ ପରିବାର ଉପରେ ପ୍ରଶାସନିକ ଦୁଷ୍ଟି ପଡ଼ୁ ଏବଂ ସେମାନଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରିବା ପାଇଁ କାହ୍ନା ଚାରିଟେବଲ୍ ଟ୍ରଷ୍ଟର ସଦ୍ୟସ ମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି l
ଜିଲ୍ଲା ଖବର ବ୍ୟୃରୋହେଡ ।




