
ଆସିକା,୨୦/୯(ଜିଲ୍ଲା ଖବର) : ବ୍ଲକ ସୁନାମ୍ବ ସାହି ନିକଟସ୍ଥ ବ୍ରାହ୍ମଣ ସାହିରେ ଲୋକନାଥ ମହାରଣା ପ୍ରଥମେ ହୃଦଘାତ ଜନିତ ରୋଗରେ ପୀଡିତ ଥିଲେ l କରୋନା ସାମ୍ପ୍ରତିକ ପରିସ୍ଥିତିରେ ଲକଡାଉନ ସଡଡାଉନ ରେ ଆର୍ଥିକ ଅଭାବ ଯୋଗୁଁ ନିଜର ଚିକିତ୍ସା କରାଇ ପାରି ନଥିବା ଫଳରେ ବ୍ରେଇନ ଷ୍ଟୋକ ରୁ ପକ୍ଷାଘାତ ରୋଗର ସ୍ୱୀକାର ହୋଇଥିଲେ l ଏବଂ ଚିକିତ୍ସା ପାଇଁ କିଭଳି ଭାବେ ଅର୍ଥ ସାଜିଥିଲା ବାଧକ ଏବଂ କିଭଳି ଭାବେ ତାଙ୍କ ପରିବାର ଅସହାୟ ଅବସ୍ଥାରେ କାଳ କାଟୁ ଥିଲେ ସେନେଇ ନେଇ ଆମ ଚାନେଲରେ ଖବର ପ୍ରସାରଣ ହେବା ପରେ କାହ୍ନା ଚାରିଟେବଲ୍ ଟ୍ରଷ୍ଟର କିଛି ବଦାନ୍ୟ ବ୍ୟକ୍ତି ତାଙ୍କୁ ଆଜି ସାହାଯ୍ୟ ଓ ସହଯୋଗର ହାତ ବଢ଼େଇ ଥିଲେ l
କାହ୍ନା ଚାରିଟେବଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର, ଉପପ୍ରତିଷ୍ଠାତା ବିଷ୍ଣୁପ୍ରିୟା ମହାପାତ୍ର, ସଭାପତି ପ୍ରଣବ କୁମାର ପଣ୍ଡା, କାହ୍ନା ଚାରିଟେବଲ୍ ଟ୍ରଷ୍ଟର ପ୍ରମୁଖ ସଭ୍ୟ ଓ ସଭ୍ୟା କଳ୍ପନା ନାୟକ, ସୁଭାଷିନୀ ପଟ୍ଟନାୟକ, ଅଶୋକ ପାଣିଗ୍ରାହୀ, ରବୀନ୍ଦ୍ର ନାଥଙ୍କ ଉପସ୍ଥିତିରେ
ଲୋକନାଥ ମହାରଣାଙ୍କ ପରିବାରରେ ପହଂଚି ଦୁଇ ମାସର ରାସନ ସାମଗ୍ରୀ ସହ ଦୁଇ ବସ୍ତା ଚାଉଳ, କମଳ ଓ ଚାଦର ଓ ମାସ୍କ ଇତ୍ୟାଦି ପ୍ରଦାନ କରିଥିଲେ l ଏଭଳି ଏକ ଅସହାୟ ପରିବାର ଉପରେ ପ୍ରଶାସନିକ ଦୁଷ୍ଟି ପଡି ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ କାହ୍ନା ଚାରିଟେବଲ୍ ଟ୍ରଷ୍ଟର ସଦ୍ୟସ ମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି l




