
ଜଟଣୀ,୨୦/୯(ଜିଲ୍ଲା ଖବର) : ଜଟଣୀ ବ୍ଳକ ଅନ୍ତର୍ଗତ ଛଣଘର ଫlୟତ ଅଂଚଳରେ ଇଣ୍ଡିଆନ୍ ଅଏଲର ଏକ ତୈଳଡ଼ିପୋ ରହିଛି । ଏହି ଡିପୋରୁ ବ୍ୟାଙ୍କର ଜରିଆରେ ତୈଳ ବିଭିନ୍ନ ଅଂଚଳକୁ ଯୋଗାଣ କରି ଆସୁଅଛି । ଛଣଘର ଅଂଚଳଟି ଜଗନ୍ନାଥ ମହାପ୍ରଭୁ ପୂରୀ ବିଜେଙ୍କ ଜମିରେ ରହିଥିବାରୁ ନିର୍ମାଣଧିନ ଦିପୋଟି ଦିର୍ଘ ଦିନରୁ ଜଗନ୍ନାଥଙ୍କ ଜମିରେ ରହିଥିବା ରେକର୍ଡଭୁକ୍ତ ହୋଇଥିଲା । ଏହି ଡିପୋକୁ ଶହଶହ ବ୍ୟାଙ୍କର ତୈଳ ନେବା ପାଇଁ ଆସି ଡ଼ିପୋ ବାହାରେ ଲମାଲାଇନରେ ଅପେକ୍ଷା କରୁଥିଲେ । ବ୍ୟାଙ୍କର ଡ୍ରାଇଭର ଓ ହେଲପରମାନେ ଦିନେ ଦୁଇଦିନ ରହି ଏଠାରୁ ତୈଳ ନେଇ ବିଭିନ୍ନ ଜିଲ୍ଲାକୁ ଯାଉଥିଲେ । ସ୍ଥାନୀୟ ବେକାରି ଯୁବ ଗୋଷ୍ଠୀ ନିଜର ପାରିବାରିକ ଗୁଜୁରାଣ ମୋଇବା ପାଇଁ ହୋଟେଲ, ପାନ ଦୋକାନ ଇତ୍ୟାଦି କରିଥିଲେ । ଡ୍ରାଇଭର ଓ ହେଲପରମାନଙ୍କୁ ଏଠାରେ ଖାଦ୍ୟପେୟ ସୁବିଧାରେ ମିଳି ଯାଉଥିବାରୁ ସେମାନଙ୍କର ଭିଡ଼ ଜମୁଥିଲା । ଏପରିକି ଏଠାରେ ଛୋଟିଆ ବଜାରଟିଏ ମଧ୍ୟ ଖୋଲିଯାଇଥିଲା । ଅନ୍ୟପକ୍ଷରେ ଏହି ବ୍ୟାଙ୍କର ବିଭିନ୍ନ ସମୟରେ ତେଲ ଚୋରୀ ହେଉଥିବା ଅଭିଯୋଗ ହେଉଥିଲା । ଏନେଇ ଦୀର୍ଘଦିନ ଧରି ତେଲ ଟ୍ୟାଙ୍କରରୁ ତେଲ ଚୋରିର ଅଭାବନୀୟ ଘଟଣା ଏବଂ ଅପରାଧୀକ କାର୍ଯ୍ୟକଳାପ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଇଣ୍ଡିଆନ ଅଏଲ ଅନେକ ଗୁଡିଏ ଜମିକୁ ବ୍ୟବହାର କରୁଥିବା ନେଇ ସ୍ଥାନୀୟ କେତେକ ଲୋକେ ଅଭିଯୋଗ ଆଣିଥିଲେ । ତେଣୁ ଇଣ୍ଡିଆନ୍ ଅଏଲ ତାର ଆବଶ୍ୟକକୁ ନେଇ ଜଗନ୍ନାଥ ଜମିର ଖାତା ନଂ ୯୮୦/୦୧, ପ୍ଲଟ ନଂ : ୨୫୪୩/୩୩୬୬ରୁ ୨ ଏକର ୨୩୦ ଡ଼ିସିମିଲ ଏବଂ ଖାତା ନଂ :୪୮୦/୧୦୭ ଫୁଟ ନିମ୍ବର ୩୦୪୦ ୩୯୧ ର ୩ ଏକର ୩୦ ଡ଼ିସିମିଲ ମୋଟ ୬ଏଜର ଜମିକୁ ଇଣ୍ଡିଆନ୍ ଅଏଲ କର୍ପୋରେସନ ୯କୋଟି ଟଙ୍କା ଜଗନ୍ନାଥଙ୍କ ତହବିଲକୁ ଦେଇ ନିଜ ନାମକୁ ରେଜିଷ୍ଟ୍ରେସନ୍ କରାଇ ନେଇଥିବା ସ୍ଥାନୀୟ ମୁଲ ତହସିଲର ଅଧିକାରୀ ପ୍ରକାଶ କରିଛନ୍ତି । ଇଣ୍ଡିଆନ୍ ଅଏଲ ଜଗନ୍ନାଥ ଜମିକୁ ଖରିଦ କରିବା ପରେ ଉକ୍ତ ଡ଼ିପୋ ସମ୍ମୁଖରେ ଥିବା( କିଣା ଯାଇଥିବା) ଜମିକୁ କିଣାଯିବା ପରେ ଇଣ୍ଡିଆନ୍ ଅଏଲ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରାଚୀର ନିର୍ମାଣ ଆରମ୍ଭ କରିଛି । କିନ୍ତୁ ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନରେ ରହି ଗୁଜୁରାଣ ମୋଉଥିବା ୨୩ଟି ଦୋକାନକୁ ଟେମ୍ପୁଲ ଓ ଜଟଣୀ ତହସିଲର ଉପସ୍ଥିତିରେ ଉକ୍ତ ଅଂଳରୁ ଆଜି ଅବରୋଧ ହଟାଯାଇଛି । ଏଣିକି ଇଣ୍ଡିଆନ୍ ଅଏଲ ଜଟଣୀ ଡ଼ିପୋ କିଣିଥିବା ଜଗନ୍ନାଥ ଜମିକୁ ବିନା ଦ୍ବନ୍ଦରେ ନିଜ ଅକ୍ତିଆରେ ରଖୁବ । ଆଜିର ଏହି ଉଚ୍ଛେଦ ପକ୍ରିୟାରେ ଜଟଣୀ ତହସିଲ, ଜଟଣୀ ଟେମ୍ପୁଲ ତହସିଲ ଓ ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗରେ ଡ଼ିପୋ ସମୁଖରୁ ଅବରୋଧ ହଟିଛି ଏବଂ ଡ଼ିପୋ ତା ଜମିରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଜାରି ରଖୁଛି ।
ରିପୋର୍ଟ ସଞ୍ଜୀବ କୁମାର ।



