
ଜଟଣୀ,(ଜିଲ୍ଲା ଖବର) : କୋଭିଡ଼ ୧୯ ଆଇନ ଅମାନ୍ୟ କରିଥିବା ୨୦୬ ଜଣଙ୍କ ଠାରୁ କମିସନରେଟ ପୁଲିସ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି। ଜଟଣୀ ସହରର ସୀତାରାମ ଛକ ଏବଂ ହରିଭାଇନା ଛକରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା । ମାସ୍ତ୍ର ପରିଧାନ କରିନଥିବା ଲୋକଙ୍କୁ ଅଟକାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲା । ଏହା ପରେ ବିଭିନ୍ନ ଜନଗହଳି ଛକ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପୁଲିସ ଚଢ଼ଉ କରିଥିଲା । ସାମାଜିକ ଦୂରତା ରକ୍ଷା କରିନଥିବା ବ୍ୟବସାୟା ଏବଂ ଗ୍ରାହକଙ୍କ ଠାରୁ ଜୋରିମାନା ଆଦାୟ କରିଥିଲା । ଜଟଣୀ ଥାନାର ଭାରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ବିଶ୍ଵରଞ୍ଜନ ସାହୁ କୁହନ୍ତି, ଜଟଣୀ ସହରରେ ବିଭିନ୍ନ ଜନଗହଳି ବଜାରରେ ପୁଲିସ ପକ୍ଷରୁ ବ୍ୟବସାୟୀଙ୍କୁ ତାଗିଦା କରାଯାଇଛି । ବ୍ୟବସାୟ ଓ ଗ୍ରାହକ ଉଭୟ ମାସ୍ତ୍ର ପରିଧାନ ଓ ସାମାଜିକ ଦୂରତା ନରଖୁଲେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମାସ୍କ ପରିଧାନ କରୁନଥିବା ଲୋକଙ୍କ ଚିତ୍ର ଉତ୍ତୋଳନ କରାଯାଇ ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସୂଚନା ଦେଇଥିଲେ।
ରିପୋର୍ଟ ସଞ୍ଜୀବ କୁମାର



