Saturday, November 14, 2026
Home ଆଞ୍ଚଳିକ ଧନିଜା ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ପୋଷଣ ମାହ ସପ୍ତାହ ପାଳନ

ଧନିଜା ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ପୋଷଣ ମାହ ସପ୍ତାହ ପାଳନ

43

ଆସିକା,୧୯/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବଡଖୋଲି ପଞ୍ଚାୟତ ଧନିଜା ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ପୋଷଣ ମାହ ସପ୍ତାହ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ
ଆସିକା ବ୍ଲକ ସିଡିପିଓ ଭାରତୀ ମହାପାତ୍ର, ବଡଖୋଲି ସରପଞ୍ଚ ଶ୍ରୀମତୀ ଭାଗ୍ୟଲତା ବିଷୋୟୀ, ସୁପରଭାଇଜର ଉଷା ପଟ୍ଟନାୟକ ଓ ଅଙ୍ଗନବାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ l ଏହି ଅବସରରେ ଧନିଜା ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା l ସେଥିମଧ୍ୟରୁ ଗୋଦଭରାଈ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ସାତ ମାସର ଗର୍ଭବତୀ ମହିଳା ମାନଙ୍କୁ ବନ୍ଦାପନା ସହ ପୂର୍ବପରମ୍ପରା ଅନୁଯାଇ ମୀଠା ଓ ପିଠା ଦେଇ ଘରକୁ ଆସିବାକୁ ଥିବା ନବ ଅତିଥିକୁ ସ୍ୱାଗତ କରା ଯାଇଥିଲା l ତାସହ ଅନ୍ନପ୍ରାଶନ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ
ସାତମାସର ନବଜାତ ଶିଶୁକୁ ନୂତନ ପାତ୍ରରେ କ୍ଷୀରି ଖୁଆଇ ଅନ୍ନପ୍ରାଶନ ଆରମ୍ଭ କରାଯାଇଥିଲା, ଅନ୍ୟାନ କାର୍ଯ୍ୟକ୍ରମ ମଧ୍ୟରେ ମିଶନ ଶକ୍ତି, କିଶୋରୀ କଳିକା, କିଶୋରୀ ଶକ୍ତି, ନିର୍ଭୟା କଢି ଆଦି କାର୍ଯ୍ୟକ୍ରମର ଆୟୋଜନ ହୋଇ ଥିଲା l ଏହି ପୋଷଣ ମାହ ସପ୍ତାହ ପାଳନ କରିବାର ମୂଳ ଲକ୍ଷ ହେଉଛି ମହିଳା ଓ ଶିଶୁ ମାନଙ୍କ ପାଖରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଦେଖା ଯାଉଥିବା ସମସ୍ତ କୁପୋଷଣ ଜନିତ ରୋଗକୁ ଦୂର କରିବା ପାଇଁ ସଚେତନ କରିବା l ଛୋଟ ଶିଶୁ ମାନେ ବୟସର ପାର୍ଥକ୍ୟ ଅନୁଯାଇ କିଭଳି ଖାଦ୍ୟ ଗ୍ରହଣ କରିବେ ସେସବୁ ପାଇଁ ଦୃଷ୍ଟି ଦେବା l ଏବଂ ପୋଷଣ ମାହ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପୁଷ୍ଟିକର ବାର୍ତ୍ତା ପ୍ରେରଣ କରିବା ସହ କିଭଳି ଭାବେ ପୁଷ୍ଟିକର ଖାଦ୍ୟ ଓ ସ୍ୱଚ୍ଛ ଜଳ ପାନ କରିବା ଦ୍ୱାରା ଛୋଟ ଛୋଟ ଶିଶୁ ମାନଙ୍କୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା ଦେବା ଏବଂ କିଶୋର ବାଳିକା, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିକର ସ୍ଥିତିରେ ଉନ୍ନତି ଆଣିବା ସେସବୁର ଲକ୍ଷ୍ୟ ରଖାଯାଇଛି l