Thursday, October 15, 2026
Home ଆଞ୍ଚଳିକ ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ୭ଦିନ ପାଇଁ ବନ୍ଦ

ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ୭ଦିନ ପାଇଁ ବନ୍ଦ

103

ବାଲିଗୁଡା,୧୯/୯ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ରେ ମୁଖ୍ୟ କିରାଣୀ positive କରୋନା ସଂକ୍ରମିତ ଜଣା ପଡିବା ପରେ ବିଡ଼ିଓ ନରେଶ ଚନ୍ଦ୍ର ଶବର ୭ ଦିନ ପାଇଁ ବ୍ଲକ କାର୍ଯ୍ୟାଳୟ କୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି | ଏହା ୧୯ ତାରିଖ ଦୀନ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିବ | କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଘରେ ରହିବେ ଓ ବିନା ଅନୁମତି ରେ ବାଲିଗୁଡା ଛାଡି ଯାଇପାରିବେ ନାହିଁ | ୭ ଦିନ ଭିତରେ କାର୍ଯ୍ୟାଳୟ ର କର୍ମକର୍ତା ଙ୍କ କରୋନା ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ | କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଘରେ ରହି କାମ କରିବାକୁ ବିଡ଼ିଓ ନରେଶ ଚନ୍ଦ୍ର ଶବର ନିର୍ଦେଶ ଦେଇଛନ୍ତି |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ