
ମୁନୀଗୁଡା,୧୮/୯(ଜିଲ୍ଲା ଖବର) : ସାରାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିବସ ଅବସରରେ ସେବାଦିବସ ପାଳନ ହେଉଥିଵା ଵେଳେ ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଶୌଣ୍ଢିକ ମଙ୍ଗଳ ଭଵନ ଠାରେ ବିଜେପି ତରଫରୁ ସେବାଦିବସ ପାଳନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରାମଚନ୍ଦ୍ର ଵେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ ଗୁଣଗାନ କରିବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ମୋଦିଙ୍କ ନୀତି ଆଦର୍ଶ ମାନିଚଳିଲେ ଦେଶ ଵହୁ ଆଗକୁ ଆହୁରି ଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ବିଜେପି ଉପ ସଭାପତି ଶ୍ରୀ ରାମକୃଷ୍ଣ ପଣ୍ଡା ଯୋଗଦେଇଥିବା ବେଳେ ମୁନିଗୁଡା ସରପଞ୍ଚ
ତଥା ବିଜେପି ମଣ୍ଡଳ ସଭାପତି ଶ୍ରୀ ଜଗା ଶଵର, ଚନ୍ଦ୍ରପୁରୁ ବ୍ଲକ ବିଜେପି ଯୁବ ସଭାପତି ଶ୍ରୀ ପ୍ରିୟରଞ୍ଜନ ସାହୁକାର, ଗରିବ ଗରଡିଆ, ସୁବାଷ ଚନ୍ଦ୍ର ସାହୁକାର ପ୍ରମୁଖ ଯୋଗଦେଇଥିଲେ। ଏତଦ୍ ବ୍ଯତିତ ଆସନ୍ତା 20.9.020 ରିଖ ରବିବାର ଦିନ ହାଟଦହିଖାଲ ଠାରେ ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସେବା ସପ୍ତାହ ଶେଷ ଦିନ କାର୍ଯ୍ୟକ୍ରମରେ ଶିବ ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ହାଟସଫେଇ କାର୍ଯ୍ୟକ୍ରମ କରାଯିଵ ବୋଲି ଵିଜେପିର ବରିଷ୍ଟ ନେତା ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ ପ୍ରସନ କୁମାର ପଣ୍ଡା ।


