
ବାଲିଗୁଡା,୧୮/୯ {ଜିଲ୍ଲା ଖବର} : ଫିରିଙ୍ଗିଆ ପୋଲିସ ମାଶ୍ରୀପଡ଼ା ଛକ ଠାରେ ବାଇକ ଚେକିଂକରୁଥିବା ସମୟରେ ସନ୍ତୋଷ ମାଝୀ ନାମକ ଯୁବକ କୁ ଗାଡ଼ିରେ ଯାଉ ଥିବା ସମୟରେ ଅଟକାଇ ଗାଡି ର କାଗଜ ପାତ୍ର ମାଗିଥିଲେ ଯୁବକ ଜଣକ ଗାଡିର କାଗଜ ଦେଇ ପାରିନଥିଲେ ଓ ଯୁବକ ର କଥା ବାର୍ତ୍ତା ରୁ ପୋଲିସ କୁ ସନ୍ଦେହ ଆସିଥିଲା | ତେବେ ସନ୍ତୋଷ ମାଝୀ ର କହିବା ଅନୁସାରେ ବନ୍ଧଗଡ଼ ର ଲିଟୁ ଦିଗାଲ ପାଖରୁ ୪ଟି ବାଇକ ଉଦ୍ଧାର କରିଥିବା ବେଳେ ବନ୍ଧଗଡ଼ ମନୁଆ ବାଡ଼ି ର ଅନନ୍ତ ଦେହୁରୀ ପାଖରୁ ୫ ଟି ବାଇକ ଉଦ୍ଧାର କରିବାସହ ବିଭିନ୍ନ ଜାଗାରୁ ପଲଶର, ଆପାଚି, ହିରୋ ଗ୍ଲାମର, ହୋଣ୍ଡା ହରନେଟ, ପାସନ ପ୍ରୋ, ପାସନ ପ୍ଲଶ, ଆଦି ୨୦ଟି ଗାଡି ଜବତ କରିବା ସହ ଗାଡି ଚୋରି ଅଭିଯୋଗ ରେ ୬ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା SDPO ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି ।
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ




