Home ଆଞ୍ଚଳିକ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କ୍ରାନ୍ତିବୀର ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କ୍ରାନ୍ତିବୀର ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

23

ଭୁବନେଶ୍ୱର, ୧୭/୯(ଜିଲ୍ଲା ଖବର) : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଆଜିଠାରୁ କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସେବା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ସମ୍ପୂର୍ଣ୍ଣ ସପ୍ତାହ ବ୍ୟାପୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ କରାଯିବ ବୋଲି କ୍ରାନ୍ତିବୀର ଫାଉଣ୍ଡେସନ ମୁଖ୍ୟ ଆଶିଷ କୁମାର ଲେଙ୍କା କହିଛନ୍ତି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଜି ସଙ୍ଗଠନ ପକ୍ଷରୁ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟସ୍ଥ ହନୁମାନ ମନ୍ଦିର ମାର୍ଗରେ ଦିବ୍ୟ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ସକାଳୁ ଉଠି ମନ୍ଦିର ଦର୍ଶନ କରିଥିଲେ ଏବଂ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିବା ସହ କରୋନା ମହାମାରୀରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସୁଶାନ୍ତ କୁମାର ବିନ୍ଧାଣୀ, ଜଗତଜୀବନ ଜେନା, ରଣଜିତ ଧଳ, ଶୁଭ୍ରାଂଶୁ ପାତ୍ର, ସମାଜସେବୀ ଜମ୍ବେଶ୍ଵର ବିଶ୍ୱାଳ, ଯୁବ ଉଦ୍ୟୋଗୀ ଉମାକାନ୍ତ ପ୍ରିୟଦର୍ଶୀ, ଆଡଭୋକେଟ ଦେବାଶିଷ ମିଶ୍ର, ଇଂ ଦୀପକ ଜେନା,ଦୀନବନ୍ଧୁ ଷଡ଼ଙ୍ଗୀ, କ୍ରାନ୍ତିବୀର ଫାଉଣ୍ଡେସନ ପ୍ରମୁଖ ଯୋଗ ଦେଇଥିଲେ।