Saturday, November 14, 2026
Home ଆଞ୍ଚଳିକ ସାମ୍ବାଦିକ ପବିତ୍ର ମହାପାତ୍ର ଙ୍କୁ ହତ୍ୟା ଧମକ:ଧମକ ର ଭିଡ଼ିଓ ରେକର୍ଡ,ଥାନା ରେ ଏତଲା;ଅଭିଯୁକ୍ତ କୁ...

ସାମ୍ବାଦିକ ପବିତ୍ର ମହାପାତ୍ର ଙ୍କୁ ହତ୍ୟା ଧମକ:ଧମକ ର ଭିଡ଼ିଓ ରେକର୍ଡ,ଥାନା ରେ ଏତଲା;ଅଭିଯୁକ୍ତ କୁ ତୁରନ୍ତ ଗିରଫ ପାଇଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସଂଘ ର ଦାବି

392

ଜଗନ୍ନାଥ ପ୍ରସାଦ୧୭/୦୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବଡଦାଣ୍ଡ ସାହିର ବାସିନ୍ଦା ,ଦିଗନ୍ତ ନିଉସ ର ସାମ୍ବାଦିକ ପବିତ୍ର ମହାପାତ୍ର ଙ୍କୁ ଜଣେ ଯୁବକ ହତ୍ୟା ଧମକ ଦେଇ ଥିବାରୁ ଏଥି ନେଇ ଉକ୍ତ ସାମ୍ବାଦିକ ଜଗନ୍ନାଥ ପ୍ରସାଦ ଥାନା ରେ ଲିଖିତ ଏତଲା ଦେଇଛନ୍ତି। ଏକ କାର ରେ ବେଆଇନ ଔଷଧ ଚାଲାଣ ହେଉ ଥିବା ର ଅଭିଯୋଗ ପାଇ ଗତ କାଲି 16/09/2020 ରାତ୍ର ସମୟରେ ସାମ୍ବାଦିକ ଶ୍ରୀ ମହାପାତ୍ର ଉକ୍ତ କାର ର ଭିଡ଼ିଓ ଉତ୍ତୋଳନ କରିଥିଲେ, ଏଥିରେ ଉତକ୍ଷିପ୍ତ ହୋଇ କାର ର ମାଲିକ ତାଙ୍କୁ ହତ୍ୟା ଧମକ ଦେଇଥିଲେ।ସେହି ସମୟ ର ଘଟଣା କୁ ଭି ସାମ୍ବାଦିକ ଶ୍ରୀ ମହାପାତ୍ର ଭିଡିଓ କରି ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ଲିଖିତ ଏତଲା ଦେଇଛନ୍ତି।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି। ଘଟଣା କୁ ତୀବ୍ର ନିନ୍ଦା କରିବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ଥିବାରୁ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବାକୁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ନିରାକାର ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ଗୌଡ଼, ସମେତ ସମସ୍ତ ସାମ୍ବାଦିକ ଦୃଢ ଦାବି କରିଛନ୍ତି।

ରିପୋର୍ଟ ନିରାକାର ସାହୁ