
ଆବାସ ଯୋଜନାରୁ ବଞ୍ଚିତ ବୁଢ଼ାରାକାଡ଼ି ଗ୍ରାମର କାର୍ତ୍ତିକ ମୁଖୀ,
କନ୍ଧମାଳ, (ସୁରେଶ କୁମାର ପଣ୍ଡା) : ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଅରାପାଯୁ ପଞ୍ଚାୟତର ବୁଢ଼ାରାକାଡ଼ି ଗ୍ରାମର କାର୍ତିକ ମୁଖୀଙ୍କ ଦୁଃଖ କହିଲେ ନ ସରେ । ନା ପାଇଛନ୍ତି ଆବାସ ଯୋଜନାର ବାସ ଗୃହ ନା ପାଇଛନ୍ତି ସରକାରଙ୍କ ମୌଳିକ ସୁବିଧା ।

ଏଭଳି ଭଙ୍ଗାକୁଡ଼ିଆରେ ବିତୁଚି ସ୍ୱାମୀ ସ୍ତ୍ରୀ ଙ୍କ ଜୀବନ । କିନ୍ତୁ ସରକାର ଏପଟେ ଡିଣ୍ଡିମା ପିଟୁଛନ୍ତି କି ଆବାସ ଯୋଜନାରୁ କେହି ବଞ୍ଚିତ ରହିବେ ନାହିଁ ବୋଲି ସରକାର ଭାଷଣ ଉପରେ ଭାଷଣ ଦେଉଥିବା ବେଳେ ଏପଟେ ଗରିବ ନୀରିହ ଦୁଃଖୀ ରଙ୍କିଙ୍କର ଦୁଃଖ କହିଲେ ନ ସରେ ।।



