
ବାଲିଗୁଡା,୧୭/୯ {ଜ଼ିଲ୍ଲା ଖବର} : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ ର କାରବାର ବୃଦ୍ଧି ପାଉଛି | ମଦ ପିଇ ଘରେ ଘରେ ଅଶାନ୍ତି ବାତାବରଣ ବିଶୃଙ୍ଖଳା ସୃଷ୍ଟି ହେଉଛି ଘରୁ ଧାନ ଚାଉଳ ଅସବାବପତ୍ର ବିକ୍ରୟ କରି ମଦପିଇ ମଦୁଆ ସର୍ବସ୍ବାନ୍ତ ହେଲେଣି l ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ପଂଚାୟତ ଡେମିଙ୍ଗିଆ ଓ ଗଣ୍ଡିଗୁଡା ଗ୍ରାମରେ ମଦ୍ୟପଙ୍କ ଯୋଗୁଁ ସାମାଜିକ ଅସ୍ଥିରତା ଘରୋଇ ହିଂସା ବୃଦ୍ଧି ପାଇଛି l ବୁଡ଼ା ଗୁଡା ଫାଣ୍ଡି ବନ୍ଦପରେ ମଦ ଭାଟି ଓ ଅସାମାଜିକ କାର୍ଯ୍ୟକଳାପ ଆଦି ବୃଦ୍ଧି ପାଇଛି l ଅବକାରୀ କାର୍ଯ୍ୟାଳୟ ମଦ ବ୍ୟବସାୟୀଙ୍କ ଠାରୁ କିଛି ବଟିନେଇ ଚୁପ ରହୁଥିବା ଅଭିଯୋଗ ହେଉଛି | ବାଲିଗୁଡା ଥାନା ପୋଲିସର ନିୟମିତ ବ୍ୟବଧାନରେ ପେଟ୍ରୋଲିଙ୍ଗ ହେଉନଥିବାରୁ ଏହାକୁ ବିରୋଧ କରି ମହିଳା ସଂଘ ସମେତ ଗ୍ରାମବାସୀ ବାଲିଗୁଡା ଉପଜ଼ିଲ୍ଲା ପାଳ ଶୁଭଙ୍କର ମହାପାତ୍ର ଏସ ଡି ପି ଓ ମାନସ ରଞ୍ଜନ ବାରିକଙ୍କୁ ମଦକାରବାର ବନ୍ଦପାଇଁ ଦାବୀପତ୍ର ଦେଇଛନ୍ତି ପୂର୍ବରୁ ବାଲିଗୁଡା ଥାନାରେ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ l ଅଞ୍ଚଳରେ ମଦ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପ ଜ଼ିଲ୍ଲାପାଳ ଓ ଏସ ଡି ପି ଓ ପ୍ରତିଶୃତି ଦେଇଛନ୍ତି l ଅଞ୍ଚଳରେ ମଦ କାରବାରକୁ ରୋକିବାକୁ ପ୍ରଶାସନ କଡା ପଦକ୍ଷେପ ନେବ ବୋଲି ମହିଳା ସଂଘ ଓ ଗ୍ରାମବାସୀ ଆଶାଵ୍ୟକ୍ତ କରିଛନ୍ତି l
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



