
ବାଲିଗୁଡ଼ା ୧୭/୯(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରୁ ବ୍ରହ୍ମପୁର ଦେଇ କଲିକତାକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି | କ.ନୂଆଗାଁ ପୋଲିସ୍ ପକ୍ଷରୁ ଏହି ଅଂଚଳରେ ରାତ୍ରୀ କାଳୀନ ପେଟ୍ରୋଲିଂ ଚାଲୁଥିବା ସମୟରେ ପୋଲିସ୍ କୁ ଦେଖି ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍ ସମେତ ଗୋଟିଏ କାର୍ ଓ ଗୋଟିଏ ମୋଟରସାଇକେଲ ଦୃତଗତିରେ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ପୋଲିସ୍ ପିଛା କରିବା ସହ ପୁରୁଣା ନୂଆଗାଁ ଶିବ ମନ୍ଦିର ନିକଟରେ ତିନୋଟି ଗାଡ଼ିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ସାତ ଜଣଙ୍କ ମଧ୍ୟରୁ ୬ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗାଡି ଜବତ କରିବା ସହିତ 113 କେଜି 500 ଗ୍ରାମ୍ ଗଞ୍ଜେଇ ସହ ୭ଜଣ ଗଞ୍ଜେଇ ମାଫିଆ କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ, ଗୋଟିଏ ଇଣ୍ଡିକା କାର୍ ଓ ଗୋଟିଏ ପିକ୍ଅପ୍ ଭ୍ୟାନ୍ ସମେତ ସାତୋଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ୍ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି 5 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । 7 ଜଣଙ୍କ ନାମରେ ୨ଟି ମାମଲା 52, 53/20 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ


